ନିଜ ଶୌଚାଳୟ ସହ ସେଲଫି ନପଠାଇଲେ ଦରମା ପାଇବେନି ସରକାରୀ କର୍ମଚାରୀ ! ସ୍ୱଚ୍ଛତା ଅଭିଯାନ ପାଇଁ ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ ।

Advertisment
ନିଜ ଶୌଚାଳୟ ସହ ସେଲଫି ନପଠାଇଲେ ଦରମା ପାଇବେନି ସରକାରୀ କର୍ମଚାରୀ ! ସ୍ୱଚ୍ଛତା ଅଭିଯାନ ପାଇଁ ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ ।

ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡ଼ିଏମ୍) ଶୀତଲ ବର୍ମା ସେଠାକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ନିଆରା ନିୟମ କରିଛନ୍ତି । ଏହି ନିୟମ ଅନୁଯାୟୀ, ସରକାରୀ କର୍ମଚାରୀଙ୍କୁ ତାଙ୍କ ଘର ଶୌଚାଳୟ ସହ ସେଲଫି ପଠାଇବା ପରେ ହିଁ ତାଙ୍କୁ ଦରମା ମିଳିବ। ଏହା ଦ୍ୱାରା ରାଜ୍ୟରେ ସ୍ୱଚ୍ଛତା ବଢ଼ିବା ସହ ଲୋକଙ୍କ ମଧ୍ୟରେ ଶୌଚାଳୟ ବ୍ୟବହାର ପାଇଁ ସଚେତନତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ , ଜିଲ୍ଲା ମାଜିଷ୍ଟ୍ରେଟ୍ ଶୀତଲ ବର୍ମା ସାଧାରଣ ଜନତାଙ୍କୁ ଶୌଚାଳୟ ବ୍ୟବହାର ପାଇଁ ଉତ୍ସାହିତ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ଶୌଚାଳୟ ସହ ସେଲଫି ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କର୍ମଚାରୀ ସେଲଫି ଦେବେ ନାହିଁ ତାଙ୍କର ମେ ମାସର ଦରମା କଟାଯିବ ବୋଲି କହିଛନ୍ତି ସେ । ଖାଲି ସେଲଫି ନୁହଁ ବରଂ କର୍ମଚାରୀଙ୍କୁ ଲିଖିତ ସାର୍ଟିଫିକେଟ ଜମା କରିବାକୁ ପଡ଼ିବ, ଯେଉଁଥିରେ ସେମାନେ ତାଙ୍କ ଘରେ ଶୌଚାଳୟ ବ୍ୟବହାର କରୁଛନ୍ତି ବୋଲି ପ୍ରମାଣ ରହିଥିବ ।

ଶୌଚାଳୟ ସହ ସେଲଫି ନେବାର କାରଣ ଦର୍ଶାଇ ଡିଏମ୍ କହିଛନ୍ତି “କର୍ମଚାରୀଙ୍କ ଏହି ଫଟୋକୁ ଗ୍ରାମାଞ୍ଚଳରେ ଦେଖାଇ ସରକାରୀ କର୍ମଚାରୀ ଶୌଚାଳୟ ବ୍ୟବହାର କରୁଛନ୍ତି ଓ ଆପଣ ମଧ୍ୟ କରନ୍ତୁ ଏବଂ ଏହା ଦ୍ୱାରା ପରିବେଶ ସଫା ରହିବା ସହ ଆପଣ ମଧ୍ୟ ସୁସ୍ଥ ରହିବେ ବାର୍ତ୍ତା ପ୍ରଚାର କରାଯିବ।” ସୀତାପୁର ଡିଏମ୍ ସ୍ୱଚ୍ଛ ଭାରତ ଏବଂ ଲୋକଙ୍କ ସୁରକ୍ଷା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe