କନକ ବ୍ୟୁରୋ : ପୁଣ୍ୟର ମାସ କାର୍ତିକରେ ଶ୍ରୀକ୍ଷେତ୍ରରେ ଜମିଛି ହବିଷିଆଳିଙ୍କ ଭିଡ । ରାଜ୍ୟ ସରକାର ହବିଷିଆଳିଙ୍କ ମାଗଣାରେ ରହିବା ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଜି ପୁରୀରେ ମାଗଣା ହବିଷ ବାଂଟିଛନ୍ତି ସରକାର । ଆଜି ହଜାର ହଜାର ହବିଷିଆଳି ଅବଢା ଖାଇଛନ୍ତି । ତେବେ ଏହାକୁ ନେଇ ଉଠିଛି ପ୍ରଶ୍ନ । ମାଗଣା ହବିଷ ବାଂଟିବା ପଛରେ ରହିଛି କି ରାଜନୈତିକ ଉଦ୍ଦେଶ୍ୟ । ସେପଟେ ଆସନ୍ତା ବର୍ଷ ପୁରୀରେ ହବିଷିଆଳିଙ୍କ ପାଇଁ ତିଆରି ହେବ ୮ ମହଲା କୋଠା । ସେଥିରେ ପ୍ରାୟ ୨ ହଜାର ହବିଷିଆଳି ରହିପାରିବେ । ମୁଖ୍ୟମନ୍ତ୍ରୀ ଆଜି ସେହି କୋଠାର ଭିତପ୍ରସ୍ତର ଉଦଘାଟନ କରିଛନ୍ତି ।
ପୁରୀରେ ହବିଷ ବାଂଟିଲେ ସରକାର ! ହଜାର ହଜାର ହବିଷିଆଳି ଖାଇଲେ ମାଗଣା ଅବଢା
/kanak/media/post_attachments/wp-content/uploads/2017/10/vlcsnap-2017-10-07-21h19m07s717.png)