ଇମ୍ପା ବିରୋଧରେ ଭିଜିଲାନ୍ସ କେସ୍ ! ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ କମ୍ପାନୀ ଇମ୍ଫା ବିରୋଧରେ ତଦନ୍ତ ନେଇ ରିପୋର୍ଟ ମାଗିଲେ ସରକାର

28

କନକ ବ୍ୟୁରୋ: ଇମ୍ପା ବିରୋଧରେ ଭିଜିଲାନ୍ସ କେସ୍ । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାର ଦ୍ୱାରା ପରିଚାଳିତ ଚୌଦ୍ୱାର ସ୍ଥିତ ଇମ୍ଫା ଓ ୟୁଏମଏସଏଲ୍ କମ୍ପାନୀ ବିରୋଧରେ ତୁରନ୍ତ ବିଭିନ୍ନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ନିର୍ଦ୍ଦେଶ । ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ୨୧ ତାରିଖରେ ଶିଳ୍ପ ବିଭାଗକୁ ପତ୍ର ଲେଖାଯିବା ପରେ ଶିଳ୍ପ ବିଭାଗ ଅନ୍ୟାନ୍ୟ ଲାଇନ୍ ବିଭାଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି ।

ଶିଳ୍ପ ବିଭାଗର ଚିଠି ଅନୁସାରେ, ଇସ୍ପାତ ଓ ଖଣି ବିଭାଗ, ପରିବହନ ବିଭାଗ, ଶିଳ୍ପ ବିଭାଗ, ଅର୍ଥ, ଅବକାରୀ, ଜଳସଂପଦ, ଜଙ୍ଗଲ ଓ ପରିବେଶ ବିଭାଗ ଆନୁସଙ୍ଗିକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଭିଜିଲାନ୍ସ ପକ୍ଷରୁ ଏ ନେଇ ମାମଲା ରୁଜୁ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କେତେକ ଲେଖା ଓ ବିବୃତି ଦଳକୁ ଅସୁବିଧାରେ ପକାଉଥିବା ନେଇ ବିଜେଡି ମୁଖପାତ୍ରମାନେ କହି ଆସୁଥିବା ବେଳେ, ଏବେ ଏହି ସରକାରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ।