‘ଆଖୁରସ’କୁ ଜାତୀୟ ପାନୀୟ ଘୋଷଣା କଲା ପାକିସ୍ତାନ : ଟ୍ୱିଟରରେ ଜନମତ ସର୍ଭେ ପରେ ହେଲା ନିଷ୍ପତ୍ତି
ଶୁକ୍ରବାର ଦିନ ‘ଆଖୁରସ’କୁ ଜାତୀୟ ପାନୀୟ ଭାବେ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ପାକିସ୍ତାନ ସରକାର ଟ୍ୱିଟରରେ ଏକ ଜନମତ ସର୍ଭେ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନ ସରକାରଙ୍କ ପକ୍ଷରୁ ଜାତୀୟ ପାନୀୟ ନେଇ ତିନିଟି ବିକଳ୍ପ ଉପରେ ପ୍ରଶ୍ନ କରାଯାଇଥିଲା। ଜାତୀୟ ପାନୀୟ ଭାବେ କମଳା ଲେମ୍ବୁ, ଗାଜର ଓ ଆଖୁ ମଧ୍ୟରୁ କେଉଁ ଫଳର ରସକୁ ଆପଣ ସପନ୍ଦ କରନ୍ତି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ୮୧% ଲୋକ ଆଖୁରସ ସପକ୍ଷରେ ମତ ରଖିଥିଲେ। କମଳା ରସ ସପକ୍ଷରେ ୧୫% ମତ ଆସିଥିଲା ବେଳେ ଗାଜର ରସକୁ ମାତ୍ର ୪% ସମର୍ଥନ ମିଳିଥିଲା। ଭାରତ ଭଳି ପାକିସ୍ତାନରେ ମଧ୍ୟ ଆଖୁରସ ଖୁବ ଲୋକପ୍ରିୟ। ଆଖୁରସ ଶସ୍ତା ହୋଇଥିବା ବେଳେ ଶରୀର ପାଇଁ ଉପକାରୀ ମଧ୍ୟ ।