ଆସିଲା ଅନଲକ-୪.୦ ଗାଇଡଲାଇନ । ସେପ୍ଟେମ୍ବର ୩୦ ଯାଏଁ ଗାଇଡଲାଇନ ଜାରି, ଜାଣନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ?

7,713

କନକ ବ୍ୟୁରୋ : ଆସିଲା ଅନଲକ୍-୪ର ଗାଇଡଲାଇନ । ସେପ୍ଟେମ୍ବର ୩୦ ଯାଏଁ କଣ କଟକଣା ରହିବ ଓ କଣ କୋହଳ ରହିବ ସେନେଇ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଅନଲକ୍-୪ରେ ବନ୍ଦ ରହିବ ସିନେମା ହଲ ଓ ସୁଇମିଂ ପୁଲ । ସେପ୍ଟେମ୍ବର ୨୧ରୁ ସାଧାରଣ ସମାବେଶକୁ ଅନୁମତି ଦିଆଯାଇଛି । ତେବେ ସମାବେଶରେ ସର୍ବାଧିକ ୧୦୦ ଜଣ ରହିବା ନେଇ ଅନୁମତି । ସେହିଭଳି ସେପ୍ଟେମ୍ବର ୭ରୁ ମେଟ୍ରୋ ଚଳାଚଳକୁ ଅନୁମତି ରହିଛି ।

ଅନ୍ୟପଟେ ସ୍କୁଲ ଓ କଲେଜକୁ ସେପ୍ଟେମ୍ବର ୩୦ ଯାଏଁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଗୁଡିକର  ୯ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍ୱଇଚ୍ଛାରେ ସ୍କୁଲ ଯାଇ ନିଜର ପାଠ ବାବଦରେ ଦ୍ୱନ୍ଦ୍ୱ ଦୂର କରିପାରିବେ ।  ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଖୋଲିବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ଅନଲକ-୪ କଡାକଡି କରାଯିବ । ରାଜ୍ୟରୁ ରାଜ୍ୟ ଯାତାୟତ ଉପରେ କୌଣସି କଟକଣା ରହିବ ନାହିଁ ।