ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମିଳିବ ଫାଶୀଦଣ୍ଡ ! ଖୁବଶୀଘ୍ର ନିୟମ ବଦଳାଉଛନ୍ତି କେନ୍ଦ୍ର ସରକାର

49

ନାବାଳିକା ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ କଲେ ଆଉ ମିଳିବନି ତ୍ରାହି । ଏଥିପାଇଁ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରାଯିବ । ଖୁବଶୀଘ୍ର ସରକାର ଏନେଇ ଥିବା ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏବେ ଦେଶରେ ଯେଉଁଭଳି ଭାବେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି ତାହା ଭାରତର ଛବିକୁ ବିଦେଶରେ ଖରାପ କରୁଛି । ଏପରିକି ବିଦେଶରେ ମଧ୍ୟ ଭାରତକୁ ମଧ୍ୟ ଲଜ୍ଜିତ ହେବାକୁ ପଡୁଛି । ଏଭଳି ସ୍ପର୍ଶକାତର ଘଟଣା ପାଇଁ ସାଧାରଣ ଲୋକ ମଧ୍ୟ ଏବେ ରାସ୍ତାକୁ ଓହ୍ଲାଇବା ଆରମ୍ଭ କଲେଣି । ତେଣୁ ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦୁଷ୍କର୍ମ ପାଇଁ ଥିବା ନିୟମରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ୧୨ ବର୍ଷରୁ କମ ବୟସର ନାବାଳିକାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଏ ବାବଦରେ କହିଥିଲେ କେନ୍ଦ୍ର ସରକାର । ଏଥିପାଇଁ ପୋକ୍ସୋ ଆକ୍ଟରେ ସଂଶୋଧନ କରିବାକୁ ସୁପ୍ରିମକୋର୍ଟଙ୍କ ଠାରୁ ମତ ମାଗିଛନ୍ତି କେନ୍ଦ୍ର ସରକାର ।
ପୋକ୍ସୋ ଆକ୍ଟରେ ପରିବର୍ତ୍ତନ ନେଇ ପ୍ରକିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସରକାର । ଆଉ ଏହାର ଶୁଣାଣି ଆଗାମୀ ଏପ୍ରିଲ ୨୭ରେ ହେବ । ଗତ କିଛିଦିନ ପୂର୍ବେ ଜମ୍ମୁ କାଶ୍ମୀରର କଠୁଆରେ ଯେଉଁଭଳି ଭାବେ ୮ ବର୍ଷର ଶିଶୁ କନ୍ୟାକୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା ତାହା ଦେଶର ଜନସାଧାରଣଙ୍କ ହୃଦୟକୁ ଦୋହଲାଇ ଦେଇଥିଲା । ଏହାଛଡା ଦେଶରେ ଏବେ ଲଗାତାର ଯେଉଁଭଳି ଭାବେ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି ତାହାକୁ ଲକ୍ଷ୍ୟ କରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି ଜୋର ଧରିଥିଲା । ଆଉ ଏହାକୁ ଏବେ ପୂରଣ କରିବାକୁ ଯାଉଛନ୍ତି ସରକାର ।