କାଲିଠୁ ରାଜ୍ୟରେ ଗଡ଼ିବ ଓଏସଆରଟିସି ବସ୍: ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ଚାଲିବ ୯୬ ବସ୍; ରାଜଧାନୀ ସହ ଯୋଡିହେବ ୨୨ ସହର

ମାସ୍କ ନପିନ୍ଧିଲେ ବସରେ ଯିବା ମନା

3,362

କନକ ବ୍ୟୁରୋ: ସୋମବାରଠାରୁ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ ପ୍ରଥମ ପର୍ଯ୍ୟାୟରେ  ୬୬ଟି ରୁଟରେ ବସ ସେବା ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି  ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା । ସାଧାରଣ ଲୋକଙ୍କ ଗମନା ସୁବିଧା ପାଇଁ ସୋମବାରଠାରୁ ୯୬ଟି ବସ୍କୁ ନେଇ ବସସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଫଳରେ ରାଜଧାନୀ ଭୁବନେଶ୍ୱର  ସହ ରାଜ୍ୟର ଅନ୍ୟ ୨୨ ସହର ଯୋଡି ହେବ ।

ପରବର୍ତୀ ସମୟରେ ଅଧିକରୁ ଅଧିକ ରୁଟରେ ବସ ସେବା  ଆରମ୍ଭ ହେବ ବୋଲି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ତେବେ ବସରେ ଯାତ୍ରା କରିବା ପାଇଁ କେତେକ କଟକଣା ଜାରି କରିଛି ଓଏସଆରଟିସି । ବିନା ମାସ୍କରେ ଯାତ୍ରା କରିବାକୁ ଦିଆଯିବ ନାହିଁ । ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ଯାତ୍ରୀ  । ଆବଶ୍ୟକତା ନଥିଲେ ଯାତ୍ରା ନକରିବାକୁ ପରାମର୍ଶ । ବସଷ୍ଟାଣ୍ଡରେ ବସ ଚଢିବା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ । ବସଗୁଡିକ ବିଶୋଧନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।