ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (FDC) ଔଷଧ ନିର୍ମାଣ, ବିକ୍ରୟ ଏବଂ ବଣ୍ଟନକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣଳାୟ ପକ୍ଷରୁ ନିଷେଦ୍ଧ କରାଯାଇଛି । (FDC)ର ୩୨୮ ପ୍ରକାରର ମେଡିସିନ୍ ସହ ଅନ୍ୟ ୬ ପ୍ରକାର ଔଷଧ ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି ମନ୍ତ୍ରଣଳାୟ। ଫଳତଃ, ଏଫ୍ଡିସିର ନିର୍ମାତା ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ସୁରକ୍ଷିତ ଆଇନ୍ ଯୁଦ୍ଧର ପୂର୍ଣ୍ଣଛେଦ ପଡିଛି। ଏହି ଅବାନ୍ତର ଓ ଅସୁରକ୍ଷିତ ଔଷଧଗୁଡ଼ିକୁ ନିଷିଦ୍ଧ କରିବାକୁ ମନ୍ତ୍ରାଳୟ ୨୦୧୬ ମସିହାରୁ ଉଦ୍ୟମ ଚଳାଇ ଆସୁଥିଲା।
ତେବେ ନିଷିଦ୍ଧ ହୋଇଥିବା ଔଷଧଗୁଡ଼ିକ ମଧ୍ୟରେ ରହିଛି ମୁଣ୍ଡ ଓ ଆଣଣ୍ଠୁ ଗଣ୍ଠି ବିନ୍ଧା ଆରୋଗ୍ୟକାରୀ ବଟିକା ‘ସାରିଡନ୍’, ଚର୍ମରୋଗ ଉପସମକାରୀ ‘ପାନ୍ଡର୍ମ’ କମ୍ବିନେସନ୍ ଡାଇବେଟିସ୍ ଡ୍ରଗ୍ ‘ଗ୍ଲୁକୋନର୍ମ ପିଜି’, ଆଣ୍ଟିବାୟୋଟିକ୍ ‘ଲ୍ୟୁପିଡିକ୍ଲୋସ୍’ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ‘ଟ୍ୟାକ୍ସିମ୍ ଏଜେଡ୍’ ଆଦି ଜନପ୍ରିୟ ଔଷଧ । ମାର୍ଚ ୧୦ ତାରିଖ ୨୦୧୬ ମସିହାରେ ସରକାର ୩୪୪ଟି (FDC) ଔଷଧ ନିଷିଦ୍ଧ କରିଥିଲେ ଏବଂ ପରେ ସେ ତାଲିକାରେ ଆଉ ୫ଟି ଔଷଧ ଯୋଗ କରିଥିଲେ।
କିନ୍ତୁ, ଉକ୍ତ ଔଷଧର ନିର୍ମାତାମାନେ ଦେଶର ବିଭିନ୍ନ ହାଇକୋର୍ଟ, ଏବଂ ସୁପ୍ରିମ୍ କୋର୍ଟରେ ସରକାରଙ୍କ ନିଷେଧାଜ୍ଞା ବିରୋଧରେ ମୋକଦ୍ଦମା କରିଥିଲେ। ଡିସେମ୍ବର ୧୫ ତାରିଖ ୨୦୧୭ ମସିହାରେ ସୁପ୍ରିମ୍ କୋର୍ଟ ‘ଡ୍ରଗ୍ସ୍ ଟେକ୍ନିକାଲ୍ ଆଡ୍ଭାଇଜରି ବୋର୍ଡ’କୁ (ଡିଟିଏବି) ଏହି ବିଷୟ ଯାଞ୍ଚ କରିବାକୁ କହିଥିଲେ। ‘ଡିଟିଏବି’ ରିପୋର୍ଟ ଦେଇଥିଲା କି, ‘(FDC)ରେ ଏହି ୩୨୮ ପ୍ରକାର ଉପାଦାନକୁ ଔଷଧରେ ଦେବାର କୌଣସି ଯଥାର୍ଥତା ନାହିଁ, ଓଲଟି ଏହା ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ। ବୋର୍ଡ ଏସବୁ ନିଷେଧ କରିବାକୁ ସୁପାରିସ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Capture-3.png)