ହର୍ଣ୍ଣ ମାରିଲେ ମିଳିବ ଦଣ୍ଡ ! ଏଣିକି ଗାଡି ହର୍ଣ୍ଣର ସୀମା ନିର୍ଦ୍ଧାରଣ କରିବେ ସରକାର, ଜାଣନ୍ତୁ କେବେଠାରୁ ଲାଗୁ ହେବ ଏହି ନିୟମ

61

ହର୍ଣ୍ଣ ମାରିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ଏଭଳି ଏକ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର । ଯାହା ଦ୍ୱାରା ବାରମ୍ବାର ତଥା ଉଚ୍ଚସ୍ୱରରେ ହର୍ଣ୍ଣ ମାରିବା ଦ୍ୱାରା ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଥି ସହିତ ହିଁ ଗାଡିର ହର୍ଣ୍ଣର ସୀମା ନିର୍ଧାରଣ କରାଯିବ । ସରକାର ହର୍ଣ୍ଣ ଦ୍ୱାରା ସୃଷ୍ଟି ହେଉଥିବା ଶଦ୍ଦର ତିବ୍ରତାକୁ କମାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଏହି ହ୍ରାସତା ବର୍ତ୍ତମାନ ସମୟରେ ନିର୍ଧାରିତ ସୀମାରେ ୧୦ ପ୍ରତିଶତ ଅଟେ । କେନ୍ଦ୍ରୀୟ ମୋଟର ବାହାନ ନିୟମ ଅନୁସାରେ ହର୍ଣ୍ଣ ପାଇଁ ଶଦ୍ଦର ରେଂଜ ୯୩ରୁ ୧୧୨ଡେସିବୁଲ ରହିଛି ।

ସଡକ ପରିବହନ ମନ୍ତ୍ରାଳୟ ତରଫରୁ କୁହାଯାଇଛି କି, ଖୁବ ଶୀଘ୍ର ହିଁ ଏହି ସାମୀକୁ ୮୮ରୁ ୧୦୦ ଡେସିବୁଲ କରିବାକୁ ବିଚାର କରାଯାଉଛି । ମିଳିଥିବା ସୂଚନା ମୁତାବକ, ଦେଶରେ ଶଦ୍ଦ ପ୍ରଦୁଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାଦ୍ୱାରା ଲୋକଙ୍କଠାରେ ବଧିର ରୋଗ ତଥା ଶ୍ରବଣ ଶକ୍ତି ହ୍ରାସ ଜନିତ ସମସ୍ୟା ପରିଲକ୍ଷିତ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ମନ୍ତ୍ରାଳୟ ପକ୍ଷରୁ ଉଭୟ ଅଟୋମୋବାଇଲ କଂପାନୀଏବଂ ସୋସାଇଟ୍ ଅଫ ଇଣ୍ଡିଆନ ଅଟୋମୋବାଇଲ ମାନ୍ୟୁଫାକ୍ଟର୍ସ ସହ ମଧ୍ୟ ଆଲୋଚନା ସରିଛି ।

ଏଠାରେ ଆମେ କହି ରଖୁଛୁ କି, ମନ୍ତ୍ରାଳୟ ପାଇଁ ଯାନବାହନରେ ବ୍ୟବହୃତ ହେଉଥିବା ହର୍ଣ୍ଣ ତ ଏକ ଚ୍ୟାଲେଂଜ ଏଥିସହିତ ହିଁ ଚାଳକମାନେ ଗାଡିରେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାରର ହର୍ଣ୍ଣ ତଥା ପ୍ରେସର ହର୍ଣ୍ଣ ଏବଂ ମଲ୍ଟିଟୋନ ହର୍ଣ୍ଣର ଡେସିବୁଲ ପ୍ରସ୍ତାବିତ ମୋଟର ନିୟମର ମାନକଠାରୁ ବହୁତ ଅଧିକ ରହିଛି ।