ତାଳଚେର ସାର କାରଖାନାରୁ ଉତ୍ପାଦନ ହେବାକୁ ଥିବା ୟୁରିଆ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସବସିଡି ନୀତି : ନୂଆ ନୀତିକୁ ଅନୁମୋଦନ କଲା କ୍ୟାବିନେଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

103

କନକ ବ୍ୟୁରୋ : ତାଳଚେର ସାର କାରଖାନାରୁ ଉତ୍ପାଦିତ ହେବାକୁ ଥିବା ୟୁରିଆ ସାର ପାଇଁ ସରକାର ଆଜି ଏକ ସ୍ୱତନ୍ତ୍ର ସବସିଡି ନୀତି ଘୋଷଣା କରାଯାଇଛି । ନୂଆ କରି ନିର୍ମାଣ ହେଉଥିବା ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିର ଉପଯୋଗ କରାଯିବ । ଏହି ଅଂଚଳରେ ପ୍ରଚୁର ମାତ୍ରାରେ କୋଇଲା ଉପଲବ୍ଧ ହେଉଥିବାରୁ କୋଇଲାକୁ ଗ୍ୟାସରେ ରୂପାନ୍ତରିତ କରାଯିବ । ଏବଂ ସେହି ଗ୍ୟାସରୁ ୟୁରିଆ ସାର ଉତ୍ପାଦନ କରାଯିବ । ଏଥିପାଇଁ କମ୍ପାନୀକୁ ସ୍ୱତନ୍ତ୍ର ସବସିଡି ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ସ୍ୱତନ୍ତ୍ର ସବସିଡି ପ୍ରଦାନ ନୀତିକୁ ମଂଜୁରୀ ଦିଆଯାଇଛି । ବୈଠକ ପରେ କେନ୍ଦ୍ର ବାଣିଜ୍ୟ ଏବଂ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏନେଇ ସୂଚନା ଦେଇଛନ୍ତି । ତାଳଚେର ଫଟିଲାଇଜର ଲିମିଟେଡା ଗଠନ ୨୦୧୫ରେ କରାଯାଇଥିଲା । ୪ଟି ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ଗେଲ୍ ଇଣ୍ଡିଆ ଲିମିଟେଡ, କୋଲ ଇଣ୍ଡିଆ ଲିମିଟେଡ, ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ ଏବଂ ଫର୍ଟିଲାଇଜର୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡର ଏହା ହୋଉଛି ଏକ ଯୌଥ ଉଦ୍ୟୋଗୀ । ତାଳଚେର ସାର କାରଖାନାର ୟୁରିଆ ପାଇଁ ସବସିଡି ନୀତିକୁ କ୍ୟାବିନେଟର ମଂଜରୁୀ ପ୍ରଦାନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।