କନକ ବ୍ୟୁରୋ: ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମିଳିଛି କ୍ୟାବିନେଟ ମଂଜୁରୀ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, ନଗର ଉନ୍ନୟନ, ସମାବାୟ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ବିଶେଷ କରି ୧୬୦ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ନେଇ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଆନ୍ତଃ ରାଜ୍ୟ ବସ ଟ୍ରମିନାଲ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ । ଦୁଇ ବର୍ଷ ଭିତରେ ଏହି କାମ ସରିବ ଏବଂ ବିଡିଏର ତଦାରଖରେ ଏହି ଟର୍ମିନାଲକୁ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ ଏବଂ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ ଦାୟିତ୍ୱ ନେବ ସଂପୃକ୍ତ ସଂସ୍ଥା ବୋଲି ବୈଠକରେ କୁହାଯାଇଛି ।
ସେହିଭଳି କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ--
ଚଳିତ ବର୍ଷ ନଭେମ୍ବରରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ଗତବର୍ଷ ଖରିଫ ଧାନ ସଂଗ୍ରହର ସମୟସୀମା ଏପ୍ରିଲ ଶେଷ ଯାଏଁ ଥିଲା । ରବି ଧାନ ମେ’ରୁ ଜୁନ ୨୦୨୦ ମଧ୍ୟରେ ସଂଗ୍ରହ କରାଯିବ । ଅନଲାଇନ ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ । ପଞ୍ଜିକରଣ ପାଇଁ ଚାଷୀମାନେ ପ୍ଲଟୱାରୀ ତଥ୍ୟ ପ୍ରଦାନ କରିବେ । ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର ହେବ ଏକମାତ୍ର ପରିଚୟ ପତ୍ର । ଆଧାର ମାଧ୍ୟମରେ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ବନ ହେବ । ରାଜ୍ୟର ସମସ୍ତ ୩୧୦ଟି ଧାନ ସଂଗ୍ରହକାରୀ ବ୍ଲକରେ ସଂଗ୍ରହ ପ୍ରକ୍ରିୟା ପି-ପାସ୍ ମାଧ୍ୟମରେ ପରିଚାଳିତ ହେବ ।
• ୬୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହକୁ ଅନୁମୋଦନ, ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଧାନ ବିକ୍ରି ଟଙ୍କା, ସରକାରୀ ଟଙ୍କା ବାକି ଥିଲେ ମିଲର କିଣି ପାରିବେନି ଧାନ
• ଏଣିକି ଧାନ କିଣାରେ ନିୟୋଜିତ ହେବେ ମହିଳା ଏସଏଟଜି, ସ୍ବଳ୍ପ ସଞ୍ଚୟ ସଂସ୍ଥାର କାର୍ଯ୍ୟ ପରିସର ସଂଶୋଧନକୁ ଅନୁମୋଦନ
• ସଂସ୍ଥାର କର୍ମଚାରୀଙ୍କୁ ବିତ୍ତୀୟ ସାକ୍ଷରତା କାମରେ ଲଗାଯିବ, DBT ଓ ଅଣନଗଦ କାରବାରରେ ନିୟୋଜିତ କରାଯିବ, ବରମୁଣ୍ଡା ବସଷ୍ଟାଣ୍ଡ ପାଇଁ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ
• ବସଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହେବ ୧୬୦.୬୬ କୋଟି ଟଙ୍କା, ୨ ବର୍ଷରେ ସରିବ କାମ, ଠିକା ସଂସ୍ଥା ୫ ବର୍ଷ ପରିଚାଳନା କରିବ
• କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି ମଞ୍ଜୁର କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରି ମିଳିଛି।
• ଯାଜପୁରର ଟମକା-ମଙ୍ଗଳପୁର ୪ ଲେନ୍ ରାସ୍ତା ପାଇଁ ମଞ୍ଜୁରି ସହ ୨୬ କିମି ରାସ୍ତା ପାଇଁ ଡିଏମଏଫରୁ ୧୧୭ କୋଟି ଟଙ୍କା ଦିଆଯିବ ବୋଲି ଜଣାଯାଇଛି। ରାଜ୍ୟର ୨ଟି ମେଡିକାଲ କଲେଜର ଆନୁସଙ୍ଗିକ କାର୍ଯ୍ୟ ପାଇଁ ଟେଣ୍ଡରକୁ ମଧ୍ୟ ମଞ୍ଜୁରି ମିଳିଛି।
• ଏଥିରେ ବାଲେଶ୍ବର ମେଡିକାଲ କଲେଜ ପାଇଁ ୧୪୪.୯୮ କୋଟି ଟଙ୍କା ଏବଂ ବଲାଙ୍ଗିର ମେଡିକାଲ କଲେଜ ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।ଏହି ୨ଟି ମେଡିକାଲ କଲେଜର କାମ ଅଢ଼େଇ ବର୍ଷରେ ସରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/CABINET.jpg)
/kanak/media/post_attachments/wp-content/uploads/2019/09/Screen-Shot-2019-09-26-at-1.00.05-PM-300x225.png)
/kanak/media/post_attachments/wp-content/uploads/2019/09/Screen-Shot-2019-09-26-at-1.00.29-PM-300x225.png)
/kanak/media/post_attachments/wp-content/uploads/2019/09/Screen-Shot-2019-09-26-at-12.59.41-PM-300x225.png)