ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବା ପୂର୍ବରୁ ସରକାରଙ୍କ ବଡ ନିଷ୍ପତ୍ତି, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଏହି ବ୍ୟକ୍ତି

Advertisment
ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବା ପୂର୍ବରୁ ସରକାରଙ୍କ ବଡ ନିଷ୍ପତ୍ତି, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଏହି ବ୍ୟକ୍ତି

କନକ ବ୍ୟୁରୋ : ସରକାର ଭି.ଅନନ୍ତ ନାଗେଶ୍ୱରନଙ୍କୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ସେ ଆଜିଠାରୁ ନିଜର କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହି ନିଯୁକ୍ତି ପୂର୍ବରୁ ଡ. ନାଗେଶ୍ୱରନ ଜଣେ ଲେଖକ, ଶିକ୍ଷକ ଓ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ସେ ଭାରତ ଓ ସିଂଗାପୁରରେ ଅନେକ ବିଜନେସ୍ ସ୍କୁଲ ଓ ପ୍ରବନ୍ଧନ ସଂସ୍ଥାରେ ଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ଏହାସହ ସେ ଅନେକ ପୁସ୍ତକର ରଚୟିତା ।

ଭି.ଅନନ୍ତ ନାଗେଶ୍ୱରନ ଆଇଏଫଏମଆର ଗ୍ରାଜୁଏଟ ସ୍କୁଲ ଅଫ୍ ବିଜନେସରେ କୂଳପତି ଓ କେଆରଇଏ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ବରିଷ୍ଠ ଭିଜିଟିଂ ପ୍ରଫେସର ଥିଲେ । ସେ ୨୦୧୯-୨୦୨୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦରେ ସଦସ୍ୟ ଭାବେ ବି କାର୍ଯ୍ୟ କରିଛନ୍ତି । ସେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଅହମ୍ମଦାବାଦରୁ ପ୍ରବନ୍ଧନରେ ସ୍ନାତୋକତ୍ତର ଡିପ୍ଲୋମା ଓ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe