କନକ ବ୍ୟୁରୋ : ସରକାର ଭି.ଅନନ୍ତ ନାଗେଶ୍ୱରନଙ୍କୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ସେ ଆଜିଠାରୁ ନିଜର କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହି ନିଯୁକ୍ତି ପୂର୍ବରୁ ଡ. ନାଗେଶ୍ୱରନ ଜଣେ ଲେଖକ, ଶିକ୍ଷକ ଓ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ସେ ଭାରତ ଓ ସିଂଗାପୁରରେ ଅନେକ ବିଜନେସ୍ ସ୍କୁଲ ଓ ପ୍ରବନ୍ଧନ ସଂସ୍ଥାରେ ଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ଏହାସହ ସେ ଅନେକ ପୁସ୍ତକର ରଚୟିତା ।

Advertisment

ଭି.ଅନନ୍ତ ନାଗେଶ୍ୱରନ ଆଇଏଫଏମଆର ଗ୍ରାଜୁଏଟ ସ୍କୁଲ ଅଫ୍ ବିଜନେସରେ କୂଳପତି ଓ କେଆରଇଏ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ବରିଷ୍ଠ ଭିଜିଟିଂ ପ୍ରଫେସର ଥିଲେ । ସେ ୨୦୧୯-୨୦୨୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦରେ ସଦସ୍ୟ ଭାବେ ବି କାର୍ଯ୍ୟ କରିଛନ୍ତି । ସେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଅହମ୍ମଦାବାଦରୁ ପ୍ରବନ୍ଧନରେ ସ୍ନାତୋକତ୍ତର ଡିପ୍ଲୋମା ଓ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି ।