କନକ ବ୍ୟୁରୋ: ଗଂଜାମରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି । କରୋନା ପରିଚାଳନା ପାଇଁ ଜିଲ୍ଲା ପାଇଁ ୨ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମ ଭାବେ ନିଯୁକ୍ତ କରାଯାଇଛି । ପାରୁଲ ପାଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି । ସେହିପରି ବିଶାଲ ସିଂହଙ୍କୁ ଭଂଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି । ଗଂଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୬ରେ ପହଚିଂଥିବା ବେଳେ ଦୁଇ ଦିନରେ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦ରେ ପହଚିଂଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us