ଗଞ୍ଜାମ ଜିଲ୍ଲା ପାଇଁ ଦୁଇ ଆଇଏଏସଙ୍କୁ ଦାୟିତ୍ୱ: ପାରୁଲ ପଟୱାରୀ ଓ ବିଶାଲ ସିଂହଙ୍କୁ ଦିଆଗଲା ଦାୟିତ୍ୱ; ସ୍ପେଶାଲ ଏଡିଏମ ନିଯୁକ୍ତ କଲେ ରାଜ୍ୟ ସରକାର

ପାରୁଲ ପଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡର ଦାୟିତ୍ୱ । ବିଶାଲ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡର ଦାୟିତ୍ୱ

647

କନକ ବ୍ୟୁରୋ: ଗଂଜାମରେ କରୋନା ସଂକ୍ରମଣ  ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି । କରୋନା ପରିଚାଳନା ପାଇଁ ଜିଲ୍ଲା ପାଇଁ ୨ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।  ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମ ଭାବେ ନିଯୁକ୍ତ କରାଯାଇଛି । ପାରୁଲ ପାଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ  ଦିଆଯାଇଛି । ସେହିପରି ବିଶାଲ ସିଂହଙ୍କୁ ଭଂଜନଗର ଉପଖଣ୍ଡ  କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି । ଗଂଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୬ରେ ପହଚିଂଥିବା ବେଳେ ଦୁଇ ଦିନରେ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦ରେ ପହଚିଂଛି ।

 

Comments are closed.