କନକ ବ୍ୟୁରୋ: ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପରିବାରକୁ ମିଳିବ ଭତା । ଅଙ୍ଗନୱାଡି ଓ ଆଶାକର୍ମୀ କରୋନା ଡ୍ୟୁଟିରେ ଥିବା ବେଳେ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ଭତା ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ଡ୍ୟୁଟିରେ ଥିବା ବେଳେ ମୃତ୍ୟୁ ହେଲେ ସରକାର ଦେବେ ଭତା । ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୫ହଜାର ଓ ଅଙ୍ଗନୱାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମିଳିବ ୭ହଜାର ୫ଶହ ଟଙ୍କା ଭତା ମିଳିବ । ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ବର୍ଷ ହେବା ଯାଏଁ ଏହି ଭତା ଯୋଗାଇ ଦିଆଯିବ ।
ଅଙ୍ଗନବାଡି ଓ ଆଶାକର୍ମୀଙ୍କ ପରିବାରକୁ ମିଳିବ ଭତା: ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଘୋଷଣା; କରୋନା ଡ୍ୟୁଟିରେ ଥିବା ବେଳେ ମୃତ୍ୟୁ ହେଲେ ସରକାର ଦେବେ ଭତା
/kanak/media/post_attachments/wp-content/uploads/2020/07/ANGANWADI-KARMINKU-COVID-19-TRAINING-1.jpg)