ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର । ଓଡ଼ିଶାରୁ ୭ଜଣ ହେବେ ସମ୍ମାନିତ ।

224

କନକ ବ୍ୟୁରୋ : ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ୭ଜଣ ଓଡ଼ିଆଙ୍କୁ ମିଳିବ ପଦ୍ମ ପୁରସ୍କାର । ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ପାରା ଆଥଲେଟ୍ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର । ସେହିପରି ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପାଇଁ ଆଦିତ୍ୟ ପ୍ରସାଦ ଦାସଙ୍କୁ ପଦ୍ମଶ୍ରୀ ପୁରସ୍କାର, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର, ସମାଜସେବା ପାଇଁ ବାବା ବଳିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ଏବଂ ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସିଭିଲ୍ ସର୍ଭିସ ପାଇଁ ସ୍ୱର୍ଗତ ଗୁରୁପ୍ରସାଦ ମହାପାତ୍ରଙ୍କୁ ମିଳିବ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ।

ସୁନା ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର । ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଗତ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସୁନା ପଦକ ଜିତିଥିଲେ ସୁନା ପୁଅ ପ୍ରମୋଦ ।