ଘାରିଲାଣି କରୋନା ଭୟ ! ହୋଲି ଖେଳିବେ ନାହିଁ ରାଜ୍ୟପାଳ, ସତର୍କ ରହିବାକୁ ଦେଲେ ପରାମର୍ଶ

ଘାରିଲାଣି କରୋନା ଭୟ ! ହୋଲି ଖେଳିବେ ନାହିଁ ରାଜ୍ୟପାଳ, ସତର୍କ ରହିବାକୁ ଦେଲେ ପରାମର୍ଶ

source : google

କନକ ବ୍ୟୁରୋ :ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ। ହୋଲି ମିଳନ ଯୋଗୁ କରୋନା ଭାଇରସ୍‌ ସଂକ୍ରମଣର ଆଶଙ୍କା ଥିବାରୁ ରାଜ୍ୟପାଳ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।

କୌଣସି ହୋଲି ମିଳନ କିମ୍ବା ହୋଲି ଉତ୍ସବରେ ମଧ୍ୟ ‌ସେ ଯୋଗ ଦେବେ ନାହିଁ। କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ସତର୍କତାମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe