ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ପରିବାର ତରଫରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୋବିନ୍ଦାଙ୍କ ପୁତୁରା ଜନ୍ମେନ୍ଦ୍ର ଆହୁଜାଙ୍କର ୩୪ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ମୃତଦେହ ସେ ରହୁଥିବା ଘରୁ ମିଳିଥିବା ବେଳେ ଶବ ବ୍ୟବଚ୍ଛଦ ପାଇଁ ପଠାଯାଇଛି ।
ହଠାତ୍ ତାଙ୍କ ମୃତ୍ୟୁକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ବେଳେ ତାଙ୍କ ଭାଇବୋହୂ ତଥା କ୍ରିଷ୍ଣା ଅଭିଷେକଙ୍କ ପତ୍ନୀ କଶ୍ମୀରା ଶାହା ଜନ୍ମେନ୍ଦ୍ରଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ସତ କ’ଣ ତାହା ଜଣାପଡ଼ିବ । ଏବେ ଗୋବିନ୍ଦା ନିଜ ପରିବାର ସହ ଥିବା ବେଳେ ହଠାତ୍ ଜନ୍ମେନ୍ଦ୍ରଙ୍କ ସହ ଏପରି ଘଟିବା ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି ।
ସୂଚନା ମୁତାବକ, ଜନ୍ମେନ୍ଦ୍ର ଗୋବିନ୍ଦାଙ୍କ ବଡ଼ ଭାଇ କୀର୍ତ୍ତି କୁମାରଙ୍କ ପୁଅ ଥିଲେ । ଏହା ସହ ସେ ବଲିଉଡରେ ନିର୍ଦ୍ଦେଶକ-ପ୍ରଯୋଜକ ହିସାବରେ ମଧ୍ୟ କାମ କରି ସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/Govinda-Janmendra-Ahuja-670x324.jpg)
/kanak/media/post_attachments/wp-content/uploads/2019/01/Govinda-Nephew-Funeral-FI-300x225.jpg)
/kanak/media/post_attachments/wp-content/uploads/2019/01/Capture-39-300x121.jpg)