ଓଡ଼ିଶାରେ ହିନ୍ଦୀ ଗୀତ ଗାଇଲେ ଗୋବିନ୍ଦା : ଗୁଡଲି ରଥଙ୍କ ସହ ନିଜେ ଗୀତ ଲେଖି, ନିଜେ ଗାଇଲେ ଗୋବିନ୍ଦା

518

କନକ ବ୍ୟୁରୋ : ଓଡ଼ିଶାରେ ହିନ୍ଦୀ ଗୀତ ଗାଇଲେ ଗୋବିନ୍ଦା । ଅଭିନୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିବାବେଳେ ନିଜକୁ ସଂଗୀତ କ୍ଷେତ୍ରରେ ସାମିଲ କରିଛନ୍ତି । ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥଙ୍କ ସ୍ୱର ସଂଯୋଜନାରେ ସେ ଭୁବନେଶ୍ୱରରେ ଗୀତ ଗାଇଛନ୍ତି । ଗୋବିନ୍ଦା ଗୀତ ଗାଇବା ସହ ନିଜେ ଗୀତ ମଧ୍ୟ ଲେଖିଛନ୍ତି । ଏହି ଗୀତରେ ଅଭିନୟ କରିବେ ବଲିଉଡ୍ କଳାକାର ଶକ୍ତି କପୁର । ଓଡ଼ିଅ ଅଭିନେତ୍ରୀଙ୍କୁ ଏଥିରେ ସାମିଲ କରାଯାଇପାରେ । ସମସ୍ତ ଗୀତ ଓଡ଼ିଶାରେ ହିଁ ସୁଟିଂ କରାଯିବ ବୋଲି ସୂଚନା ମିଳିଛି ।