ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ: ୨ ସପ୍ତାହ ପାଇଁ ଜାମିନ ମଞ୍ଜୁର କଲେ ହାଇକୋର୍ଟ

179

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା । ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ । ୨ ସପ୍ତାହ ପାଇଁ ଅନ୍ତରୀ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ପୁଅ ଓ ସ୍ତ୍ରୀ ଅସୁସ୍ଥତା ପାଇଁ ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ । କଳାହାଣ୍ଡିର ମମିତା ମେହେର ହତ୍ୟା ମାମଲା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏଥିପାଇଁ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା । କାରଣ ଏହି ହତ୍ୟା ମାମଲାରେ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ ବିରୋଧୀ । ଯାହାକୁ ନେଇ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥିଲା ।