କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । କଣ୍ଟାବାଞ୍ଝି ଜେଲରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । କଣ୍ଟାବାଞ୍ଝି ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଗୋବିନ୍ଦ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ । କିନ୍ତୁ ଏହା ପୂର୍ବରୁ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ।
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜେଲରେ ସଜା କାଟୁଥିଲେ ଗୋବିନ୍ଦ । ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ପଡିଆରେ ଗାତ କରି ପୋଡିବା ସହ ପୋତି ଦେଇଥିଲେ ଗୋବିନ୍ଦ । ପରେ ଏହାକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା । ଏପରିକି ଏଥିରେ ସେତେବେଳେ ମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଆଣି ସରକାରଙ୍କୁ ଘେରିଥିଲେ ବିରୋଧୀ ।
Follow Us