ବଲିଉଡରେ କରୋନା କାୟା, ଅକ୍ଷୟ କୁମାରଙ୍କ ପରେ କରୋନା ପଜିଟିଭ୍ ଚିହ୍ନଟ ହେଲେ ଗୋବିନ୍ଦା

168

କନକ ବ୍ୟୁରୋ : ଲଗାତର ଭାବେ ବଲିଉଡ କଳାକାର ମାନେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି ପ୍ରଥମେ ଅକ୍ଷୟ କୁମାର କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିବା ବେଳେ ଏବେ ଖବର ଆସିଛି କି ଗୋବିନ୍ଦା ବି କରୋନା ସଂକ୍ରମିତ ହୋଇଛନ୍ତି । ଗୋବିନ୍ଦା କରୋନା ପଜିଟିଭ୍ ଚିହ୍ନଟ ହେବା କଥା ତାଙ୍କର ଜଣେ ସହଯୋଗୀ କଳାକାର ସୂଚନା ଦେଇଛନ୍ତି । ସେ କହିଛନ୍ତି କି କୋଭିଡ କଟକଣାକୁ ଠିକ୍ ଭାବେ ପାଳନ କରୁଥିବା ଗୋବିନ୍ଦା ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଠାରେ କରୋନା  ହାଲକା ଲକ୍ଷଣ ରହିଛି । ଏହାକୁ ନେଇ ସେ ହୋମ କ୍ୱାରେଣ୍ଟିନରେ ରହିଛନ୍ତି ବୋଲି ସହଯୋଗୀ କଳାକାର ଜଣଙ୍କ କହିଛନ୍ତି ।

ସୂଚାନ ମୁତାବକ ରବିବାର ସକାଳୁ ଗୋବିନ୍ଦା ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍ ହୋଇଥିବା ଜଣାପଡିଥିଲା । ସେ ଏବେ ହୋମ କ୍ୱାରେଣ୍ଟିନରେ ଥିବା ବେଳେ ତାଙ୍କର ଚିିକିତ୍ସା ଚାଲିଛି ।

କହିରଖୁ କି ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ଟିଭି ଇଣ୍ଡଷ୍ଟ୍ରୀରେ ବହୁ କଳାକାର, ନିର୍ଦ୍ଦେଶକ ଓ ଅନ୍ୟ ମାନେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ମହାରାଷ୍ଟ୍ରରେ କରୋନା ତାର ସମ୍ପୂର୍ଣ୍ଣ କାୟା ମେଲାଇ ସାରିଥିବା ବେଳେ ମୁମ୍ବାଇରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।