କନକ ବ୍ୟୁରୋ: ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆଜି ସରୁଛି ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରିପାରେ ପୋଲିସ । କୋର୍ଟରେ ହାଜର କରିବା ପୂର୍ବରୁ ଗତକାଲି ରାତିରେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ତେବେ ରିମାଣ୍ଡ ସମୟରେ ଗୋବିନ୍ଦକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ । ମହାଲିଙ୍ଗ ଷ୍ଟାଡିୟମରକୁ ଗୋବିନ୍ଦ ସାହୁକୁ ନେଇଥିଲା ପୋଲିସ । ପାଖାପାଖି ୧୫ ମିନିଟ୍ ଧରି ପୋଲିସକୁ ହତ୍ୟା ସଂପର୍କରେ ଜଣାଇଥିଲା ଗୋବିନ୍ଦ । କେମିତି ମମିତାଙ୍କୁ ମାରିଥିଲା, ଗାତ ଖୋଳି କେମିତି ପୋଡ଼ିଥିଲା ପୋଲିସକୁ ଜଣାଇଥିଲା ଗୋବିନ୍ଦ ସାହୁ । ଏହାସହ ଚାନ୍ଦୋତାରା ଛକକୁ ମଧ୍ୟ ଗୋବିନ୍ଦକୁ ନିଆଯାଇଥିଲା । ସେହିଠାରୁ ନିଜ କାରରେ ବସାଇ ମମିତାଙ୍କୁ ଭବନୀପାଟଣା ନେଇଥିଲା ଗୋବିନ୍ଦ ।
ମମିତା ମେହେର ହତ୍ୟା ମାମଲା: ଆଜି ସରୁଛି ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ।
/kanak/media/post_attachments/wp-content/uploads/2021/10/vlcsnap-2021-10-24-08h26m15s745.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)