କନକ ବ୍ୟୁରୋ: ବହୁଚର୍ଚ୍ଚିତ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ ହୋଇଛି । ନିଜ ଭଉଣୀ ଘରେ ଏକ ଆଖୁ କିଆରି ଭିତରେ ଲୁଚିଥିବାବେଳେ ପୋଲିସ ଗୋବିନ୍ଦ ସାହୁକୁ ଗିରଫ କରିଛି । ତେବେ ଗୋବିନ୍ଦଙ୍କୁ ଗିରଫ କରିବା ପରେ ମମିତାଙ୍କ ନିଖୋଜ ଓ ଗଳିତ ଶବ ଉଦ୍ଧାର ଘଟଣାରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ, ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ ।
ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ପୋଲିସ ହେପାଜତରୁ ଫେରାର୍ ହୋଇଥିଲେ । ଆଉ ଆଜି ଏହି ଘଟଣାରେ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ଗୋବିନ୍ଦ ସାହୁ ଗିରଫ ନହେବା ପର୍ଯ୍ୟନ୍ତ ଏହି ସବୁ ଘଟଣା ଉପରେ ଏକ ପ୍ରଶ୍ନ ଚିହ୍ନ ରହିଥିଲା । ଗୋବିନ୍ଦ ସାହୁ ଏବେ ଗିରଫ ହେବା ପରେ ଏହି ଘଟଣା ଉପରୁ ପରଦା ଉଠିପାରେ ବୋଲି କୁହାଯାଉଛି ।
ତେବେ ନଜର ପକାନ୍ତୁ, ମମିତା ନିଖୋଜ ହେବା ପରଠାରୁ ଏବେ ଯାଏଁ କଣ ରହିଛି ପୂରା ଘଟଣା…
- ୮ ତାରିଖରେ ଜରୁରୀ କାଗଜପତ୍ର ଧରି ସ୍କୁଲକୁ ଆସିବା ପାଇଁ ମମିତାଙ୍କୁ କହିଥିଲେ ମାଲିକ ଗୋବିନ୍ଦ ସାହୁ
- ୧୨ ତାରିଖରେ ଝିଅ ନିଖୋଜ ନେଇ କେ ଗାଁ ଥାନାରେ ଅଭିଯୋଗ କରିଥିଲେ ମମିତାଙ୍କ ପରିବାର
- ଅପହରଣ ପଛରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ
- ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ
- ୧୮ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ
- ସୋମବାର ଏହି ଖବରକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୋରଦାର ଆକ୍ରମଣ କଲେ ବିରୋଧୀ
- ଆଜି ସକାଳୁ ଖବର ଆସିଲା ସନସାଇନ୍ ସ୍କୁଲ ନିକଟ ଷ୍ଟାଡିୟମକୁ ସିଲ୍ କରି ମାଟି ଖୋଳୁଛି ପୋଲିସ
- ଷ୍ଟାଡିୟମରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି
- ମାଟିତଳୁ ପାଉଁଜି ଓ କାଠଖଣ୍ଡ ଜବତ ହୋଇଛି, କୌଣସି ହାଡଖଣ୍ଡ ମିଳିନି
- ମାଟି ତଳୁ ଉଦ୍ଧାର ହୋଇଥିବା ପାଉଁଜି ଓ ସୁନାଚେନ ମମିତାଙ୍କର, ଚିହ୍ନିଲେ ପରିବାର ଲୋକେ
- ମୁଖ୍ୟ କାର୍ପଟଦାର ଗୋବିନ୍ଦ ସାହୁ ଗିରଫ ସୂଚନା