କୋର୍ଟରେ ହାଜର ହେଲେ ଗୋବିନ୍ଦ ସାହୁ, ଗେଟ ସାମ୍ନାରେ ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି । 

125

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ଉପରୁ ହଟିଛି ପରଦା । ପରକୀୟା ପ୍ରୀତି ସର୍ମ୍ପକ ବାବଦରେ ଜାଣିଥିବାରୁ ମମିତାଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିବା କହିଛି ପୋଲିସ । ଆଉ ଏହାସହ ଅଭିଯୁକ୍ତ ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯାଇଛି । କୋର୍ଟରେ ହାର୍ଜର କରାଯିବା ପରେ ଆଜି ଗୋବିନ୍ଦଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ । ରିମାଣ୍ଡରେ ଆଣି ପଚରାଉଚରା ସହ ହତ୍ୟାକାଣ୍ଡ ବାବଦରେ ଆଉ କିଛି ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି ପୋଲିସ । ଅନ୍ୟପଟେ ଜେଏମଏଫସି କୋର୍ଟରେ ଗୋବିନ୍ଦଙ୍କୁ ହାଜର କରାଯିବା ସମୟରେ କୋର୍ଟର ଗେଟ ଆଗରେ ପୋଲିସ-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ମମିତା ହତ୍ୟାକାଣ୍ଡକୁ ନେଇ ଏବେ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କାରଣ ମମିତା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଘନିଷ୍ଠ ସମ୍ପର୍କ ରହିଛି । ଏପରିକି ମମିତା ଯେଉଁ ସ୍କୁଲର ଅଧ୍ୟକ୍ଷା ଥିଲେ ସେହି ସ୍କୁଲକୁ ଅନେକଥର ଯାଇଛନ୍ତି ଦିବ୍ୟଶଙ୍କର । ଯେଉଁଥିପାଇଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନେଇ ମଧ୍ୟ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି । ଏପରିକି ଗୋବିନ୍ଦ ସାହୁଙ୍କର ଯେଉଁ କଲେଜକୁ ଦିବ୍ୟଶଙ୍କର ଯାଉଥିଲେ ସେଠାରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ଯାହା ବାବଦରେ ମମିତା ଜାଣିଥିଲେ, କିଛି ଭିଡ଼ିଓ ମଧ୍ୟ ମମିତା ରଖିଥିବା ନେଇ ଅଡିଓ ଟେପ୍ ଭାଇରାଲ ହୋଇଥିଲା । ଯେଉଁଥିପାଇଁ ମମିତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ତେଣୁ ମମିତା ମୃତ୍ୟୁକୁ ନେଇ ରାଜ୍ୟରେ ପ୍ରବଳ ବିରୋଧ ଦେଖାଦେଇଥିବା ବେଳେ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି ।