କଙ୍ଗନାଙ୍କ ପରେ ରାମ ମନ୍ଦିର କୋଷାଧ୍ୟକ୍ଷଙ୍କ ବିବାଦୀୟ ବୟାନ, ୨୦୧୪ ପରେ ହସିବା ଆରମ୍ଭ କରିଛି ଭାରତ ମାତା

389

କନକ ବ୍ୟୁରୋ: ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ବିକାଶକୁ ପଛରେ ପକାଇ ଏବେ ଦେଶର ବରିଷ୍ଠ ଲୋକମାନେ ଅଯଥା କଳିରେ ଦେଶର ଯୁବକମାନଙ୍କୁ ମତାଇବାରେ ବ୍ୟସ୍ଥ ଅଛନ୍ତି । ପ୍ରଥମେ କଙ୍ଗନା ଦେଶର ସ୍ୱାଧୀନତା ପ୍ରାପ୍ତିନେଇ ଦେଇଥିବା ବିବାଦୀୟ ବୟାନର ନିଆଁ ଏବେ ସାରା ଦେଶରେ କୁହୁଳିବାରେ ଲାଗିଥିବା ବେଳେ ଏବେ ଅଯୋଧ୍ୟା ରାମ ମନ୍ଦିରର କୋଷାଧ୍ୟକ୍ଷଙ୍କ ବୟାନ କୁହୁଳୁଥିବା ସେହି ନିଆଁରେ ଘିଅ ଢାଳିଛି ।

ଅଯୋଧ୍ୟା ରାମ ମନ୍ଦିରର କୋଷାଧ୍ୟକ୍ଷ ତଥା ଶ୍ରୀ ରାମ ଜନ୍ମଭୂମୀ ଟ୍ରଷ୍ଟର ସଦସ୍ୟ ଗୋବିନ୍ଦ ଦେବଗିରୀ ମହାରାଜ କହିଛନ୍ତି କି ଭାରତ ମାତର ୭୦ ବର୍ଷ ହେବ ଦୁଃଖରେ ଥିଲେ , ୨୦୧୪ ପରେ ଧିରେ ଧିରେ ହସିବା ଆରମ୍ଭ କରିଛନ୍ତି ।
ପୁଣେ ଠାରେ ଶୁକ୍ରବାର ଦିନ ‘ସମଗ୍ର ବନ୍ଦେ ମାତରମ’ ଗ୍ରନ୍ଥ ପ୍ରକାଶନ ସମାରୋହରେ ଯୋଗଦେଇ ଗୋବିନ୍ଦ ଦେବଗିରୀ କହିଥିଲେ କି ବନ୍ଦେ ମାତରମରେ ଯେଉଁ ବିଶ୍ଳେଷଣ କରାଯାଇଥିଲା ତାହା ଆଜି ବି ଲାଗୁ ହୋଇନାହିଁ    । ସେ କହିଥିଲେ କି କଣ ଆଜି ଭାରତ ମାତା ସୁହାସୀନି ହୋଇଛନ୍ତି । କଣ ଆଜି ଭାରତ ମାତା ମଧୁର ହସ ହସିପାରିଛନ୍ତି, ଏବେ ଭାରତ ମାତା କେବଳ କାନ୍ଦୁଛନ୍ତି । ଏହା ଉପରେ ଆମକୁ ବିଚାର କରିବାକୁ ପଡିବ ତାଙ୍କର ପ୍ରତିଟି ବିଶ୍ଳେଷଣ ଯର୍ଥାଥ ଅଟେ । ଆଜି ଭାରତ ମାତା ଅନେକ ପ୍ରକାର କାନ୍ଦୁଛନ୍ତି । ଏହାକୁ ନେଇ ଗୋବିନ୍ଦ ଦେବଗିରୀ କହିଥିଲେ କି “ମୋତେ ଲାଗୁଛି ଭାରତ ମାତା ୭୦ ବର୍ଷ ହେବ କାନ୍ଦୁଥିଲେ ଓ ୨୦୧୪ ପରେ ଟିକେ ଟିକେ ହସିବା ଆରମ୍ଭ କରିଛନ୍ତି । ”

ପୂର୍ବ ସରକାରଙ୍କୁ ଟାର୍ଗେଟ କରି ଗୋବିନ୍ଦ ଦେବଗିରୀ କହିଛନ୍ତି କି “ଆମ ପରମ୍ପରାକୁ ଆଘାତ କରି, ଆମର ଇତିହାସ ଓ ଭୋଗଳକୁ ଗଡବଡ କରି,ଆମ ତୀର୍ଥକ୍ଷେତ୍ରକୁ ଅପମାନିତ କରି, ଭଗବାନ ରାମଙ୍କୁ କାଳ୍ପନିକ କହି, ରାମସେତୁ କେହି ନିର୍ମାଣ କରିନଥିବା ପ୍ରମାଣ କରିବାକୁ ଯାଇ ଆମ ସରକାର ଯେଉଁ ପାପ କରିଛନ୍ତି ତାହା ତାଙ୍କ ମୁଣ୍ଡ ଉପରେ ଏବେ ଲାଗି ରହିଛି ”