ଓଡିଶା ଦିବସ-୨୦୨୧ ପାଳନ ଅବସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବାର୍ତ୍ତା ।

118

ପ୍ରିୟ ଭଉଣୀ ଓ ଭାଇମାନେ,
ଓଡିଶା ଦିବସ-୨୦୨୧ ପାଳନ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ୧୯୩୬ ମସିହା ଆଜିର ଦିବସରେ ଓଡିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା । ଏ ମାଟିର ସୁଯୋଗ୍ୟ ସନ୍ତାନ ଉକ୍ରଳଗୋ÷ରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଭକ୍ତକବି ମଧୁସୂଦନ ରାଓ, କର୍ମବୀର ଗୋ÷ରୀଶଙ୍କର ରାୟ, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଏବଂ ଆହୁରି ଅନେକ ମହାନ୍ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱଙ୍କର ଉଦ୍ୟମ, ନିରବଚ୍ଛିନ୍ନ ସଂଗ୍ରାମ ତଥା ନିଃସ୍ୱାର୍ଥ ର ତ୍ୟାଗ ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବ ।
ଏହି ସ୍ମରଣୀୟ ଦିବସରେ, ସାରା ଭାରତବର୍ଷରେ ଭାଷାଭିତ୍ତିରେ ଗଠିତ ପ୍ରଥମ ରାଜ୍ୟର ଅନନ୍ୟ ପରିଚିତି ଆଣିଦେଇଥିବାରୁ ଆମେ ସେମାନଙ୍କ ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବିଚ୍ଛିନ୍ନ ଓଡିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଉକ୍ରଳଗୋ÷ରବ ମଧୁସୂଦନ ଦାସଙ୍କ ଦ୍ୱାରା ୧୯୦୩ ମସିହାରେ ଗଠିତ ‘ଉକ୍ରଳ ସମ୍ମିଳନୀ’ ଓଡିଆ ଭାଷାଭାଷୀ ଅଂଚଳଗୁଡିକର ଏକତ୍ରୀକରଣ ପାଇଁ ନିଷ୍ଠାପର ଉଦ୍ୟମ ଜାରି ରଖିଥିଲା । ଉକ୍ରଳ ସମ୍ମିଳନୀର ଏହି ଏା÷ତିହାସିକ ସମାବେଶ ଅବିରତ ଉତ୍ସାହ ସହିତ ୧ ଅପ୍ରେଲ
୧୯୩୬ରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଓଡିଆ ଆନ୍ଦୋଳନ ସବୁଦିନ ପାଇଁ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଉକ୍ରଳଗୋ÷ରବ ମଧୁସୂଦନ ଦାସ ଉକ୍ରଳ ସମ୍ମିଳନୀର ମୁଖ୍ୟ ପୁରୋଧା ଥିଲେ । ପାରଳାଖେମୁଣ୍ଡିର ତକ୍ରାଳୀନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ପ୍ରଥମ ଗୋଲଟେବୁଲ ବୈଠକରେ ପ୍ରତିନିଧିତ୍ୱ କରି ସ୍ୱତନ୍ତ୍ର ଓଡିଶା ପ୍ରଦେଶ
ଗଠନ ନିମନ୍ତେ ଇଂରେଜ ସରକାରଙ୍କ ନିକଟରେ ସ୍ମାରକପତ୍ର ଉପସ୍ଥାପନ କରିଥିଲେ ।
ଏ ମାଟିର ଗୋ÷ରବମୟ ପରମ୍ପରା ଭାରତୀୟ ସଭ୍ୟତାର ସମୃଦ୍ଧିରେ ଗୁରୁତ୍ୱପୂୂର୍ଣ୍ଣ ଭୂମିକାଗ୍ରହଣ କରିଛି । ସହନଶୀଳତା, ଭ୍ରାତୃଭାବ ଏବଂ ଶାନ୍ତପୂୂର୍ଣ୍ଣ ସହାବସ୍ଥାନ ଉପରେ ପର୍ଯ୍ୟବସିତ ଓଡିଶାର ନିରପେକ୍ଷ ମୂଲ୍ୟବୋଧର ଗାଥା ଅନନ୍ୟ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଶାନ୍ତି ଏବଂ ଅହିଂସାର ମାର୍ଗ ଅନୁସରଣ କରି ଓଡିଶା ସ୍ୱାଧୀନତା ଆନ୍ଦୋଳନର ପୁରୋଭାଗରେ ରହିଥିଲା ।

ଓଡିଶାର ପ୍ରାଚୀନ କଳା ଓ ଭାସ୍କର୍ଯ୍ୟ, ମନ୍ଦିର ସ୍ଥାପତ୍ୟ, ପୋଥି ପୁରାଣ, ଶାସ୍ତ୍ରୀୟ ଓଡିଶୀନୃତ୍ୟ ଏବଂ ଓଡିଶୀ ସଂଗୀତ, ସୂକ୍ଷ୍ମ କାରୁକାର୍ଯ୍ୟଭରା ଚାନ୍ଦୁଆ, ରୋ÷ପ୍ୟ ତାରକସି କାମ, ଆଳଙ୍କାରିକ ହସ୍ତକଳା, ଚିତ୍ରକଳା ଏବଂ ମନ୍ଦିର ଭାସ୍କର୍ଯ୍ୟ , ତାଳପତ୍ର ପୋଥି, ପଟ୍ଟଚିତ୍ର, କୁଶଳୀ ହାତ କାରିଗରୀରେ ସମୃଦ୍ଧ ବୟନ ଶିଳ୍ପ ଏବଂ ହସ୍ତତନ୍ତ ଇତ୍ୟାଦି ଏହି ମାଟିର ସ୍ୱାତନ୍ତ୍ର୍ୟ ପ୍ରତିପାଦିତ କରିଥାଏ । ସୁଦୂର ଦେଶମାନଙ୍କ ସହିତ ଓଡିଶାର ଗରିମାମୟ ନୋ÷ବାଣିଜ୍ୟ ଏା÷ତିହ୍ୟ ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ରାଜ୍ୟ ହେଉଛି ଓଡିଶା । ସମୟ ସହିତ ଆମର ଆଧ୍ୟାତ୍ମିକ ଏବଂ ନୈତିକ ମୂଲ୍ୟବୋଧର ନିରନ୍ତର ଯାତ୍ରା ସଂହତି, ସମଭାବାପନ୍ନ ମନୋଭାବ ସହିତ ସକାରାତ୍ମକ ଆଭିମୁଖ୍ୟର ଏକ ଅନନ୍ୟ ଗାଥା ।

ଓଡିଶାର ଏହି ଅନନ୍ୟ ସାଂସ୍କୃତିକ ଭାବଧାରାର ସୁରକ୍ଷା, ବିକାଶ ଓ ସଂରକ୍ଷଣ ନିମନ୍ତେ ଆମ ସରକାର ବଦ୍ଧପରିକର ହେବା ସହିତ ଓଡିଆ ଭାଷା ଓ ସାହିତ୍ୟର ଏହି ମହାନ୍ ପରମ୍ପରାକୁ ସମୃଦ୍ଧ ତଥା ଋଦ୍ଧିମନ୍ତ କରିବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ, ଗବେଷଣା ତଥା ସମୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ।

କୋଭିଡ-୧୯ ମହାମାରୀ ସଂକ୍ରମଣ ପ୍ରତିହତ କରିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ, ଅମୂଲ୍ୟ ମାନବ ଜୀବନ ରକ୍ଷା, ମୃତ୍ୟୁହାର ହ୍ରାସ ସହିତ କୋଭିଡ-୧୯ରୁ ରେକର୍ଡ ସଂଖ୍ୟକ ବ୍ୟକ୍ତିଙ୍କୁ ଆରୋଗ୍ୟ କରାଇ ଆମ ରାଜ୍ୟ ବିଶ୍ୱ ସମୁଦାୟର ପ୍ରଶଂସାଭାଜନ ହୋଇପାରିଛି । ସଂପ୍ରତି ରାଜ୍ୟ ସରକାରଙ୍କ ସଫଳ ଟିକାକରଣ ଅଭିଯାନ ମଧ୍ୟ ବେଶ୍ ଫଳପ୍ରଦ ହୋଇଛି । ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ସଫଳତାର ସହିତ ଟିକାଦାନ କରାଯାଇଛି ।
ମହାମାରୀ ସତ୍ତେ୍ୱ ୧.୨୫ ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକୃଷ୍ଟ କରିବାରେ ସମର୍ଥ ହୋଇ ଓଡିଶା ଦେଶର ଏକ ଅଗ୍ରଣୀ ପୁଞ୍ଜିନିବେଶ କ୍ଷେତ୍ରର ମାନ୍ୟତା ହାସଲ କରିଛି ।

ବୈଷୟିକ ଜ୍ଞାନ କୋ÷ଶଳ ପ୍ରୟୋଗରେ ରାଜ୍ୟର ୫ ‘ଟି’ ଉପକ୍ରମ ମାଧ୍ୟମରେ ଏବେ ଜନସାଧାରଣଙ୍କୁ ସୁଚାରୁ ରୂପେ ସରକାରୀ ସେବା ପ୍ରଦାନ କରିବା ପ୍ରକ୍ରିୟା ସୁଗମ ହୋଇଛି । ଜନମତ ଆଧାରରେ ପ୍ରଶାସନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆଣିବା ସହିତ ଫଳପ୍ରଦ ସେବା ପ୍ରଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ସମସ୍ତ ସରକାରୀ ବିଭାଗକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରାଯାଇଛି ।

ମହିଳା ସଶକ୍ତିକରଣ, ଓା÷ଦ୍ୟୋଗିକତା ଏବଂ ନେତୃତ୍ୱ ପ୍ରଦାନ କ୍ଷେତ୍ରରେ ଓଡିଶା ମଡେଲ ରାଜ୍ୟ ଭାବେ ଉଭା ହୋଇଛି । ୮୦ ଲକ୍ଷ ମହିଳାଙ୍କୁ ‘ମିଶନ ଶକ୍ତି’ରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ କରାଯାଇଛି ।

‘ମୋ ସ୍କୁଲ’ ଅଭିଯାନ ସହିତ ରାଜ୍ୟ ସରକାର ସମଗ୍ର ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡିଆମାନଙ୍କୁ ସେମାନଙ୍କ ନିଜ ପୁରାତନ ଶିକ୍ଷାନୁଷ୍ଠାନର ବିକାଶରେ ଜଡିତ କରିବା ଲକ୍ଷ୍ୟରେ ନିକଟରେ ‘ମୋ କଲେଜ’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ମିଶନ ସମଗ୍ର ବିଶ୍ୱର ପୁରାତନ ଓଡିଆ ଛାତ୍ରଛାତ୍ରୀଙ୍କୁ ସମ୍ମିଳିତ ଭାବେ ଜନ୍ମ ମାଟିରେ ଥିବା ନିଜ ଶିକ୍ଷାନୁଷ୍ଠାନ ଗୁଡିକର ପୁନଃ ବିକାଶରେ ସାମିଲ ହେବା ପାଇଁ ଏକ ସୁଯୋଗ ପ୍ରଦାନ କରିବା ସହିତ ନିଜ ମାଟିରେ ଆଗାମୀ ପିଢିର ଛାତ୍ରଛାତ୍ରୀଙ୍କ
ଭବିଷ୍ୟତ ଲକ୍ଷ୍ୟ ହାସଲକୁ ସୁନିଶ୍ଚିତ କରିବା ପାଇଁ ସୂମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହେବ ।

ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର ଭଳି ବିଶ୍ୱ ଐତିହ୍ୟ ତୀର୍ଥସ୍ଥଳୀ ଗୁଡିକର ରୂପାନ୍ତରଣ କାର୍ଯ୍ୟ ଆଗେଇ ଚାଲିଛି । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଶତ ପ୍ରତିଶତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାରେ ଓଡିଶା ସମଗ୍ର ଦେଶଷର ଅଗ୍ରଣୀ ରହିଛି । ଏକ ବଳିଷ୍ଠ ତଦାରଖ ବ୍ୟବସ୍ଥା, ହତାଧିକାରୀଙ୍କ ପାଇଁ ପ୍ରୋତ୍ସାହନ , ନିମ;ାଣ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରି ଗରିବ ଜନସାଧାରଣଙ୍କ ପାଇଁ ରେକର୍ଡ ସଂଖ୍ୟକ ବାସଗୃହ ନିର୍ମାଣ କରିବାରେ ରାଜ୍ୟ ସଫଳତା ହାସଲ କରିଛି ।

କଟକ ସ୍ଥିତ ଏସ୍. ସି.ବି ମେଡିକାଲ କଲେଜ, ‘ଏମ୍ସ ପ୍ଲସ୍’ ପ୍ରତିଷ୍ଠାନ ଭାବେ ରୂପାନ୍ତରିତ କରିବା କାର୍ଯ୍ୟ ହାତକୁ ନିଆଯାଇଛି । ସମସ୍ତ ନାଗରିକଙ୍କୁ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଫଳରେ ଓଡିଶାରେ ଆଉ ୨୧ ଟି ସରକାରୀ ଡାକ୍ତରଖାନାକୁ ଆଇ.ଏସ୍.ଓ ୯୦୦୧-୨୦୧୫ ମାନ୍ୟତା ମିଳିଛି । ଓଡିଶାକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ଲକ୍ଷ୍ୟସ୍ଥଳରେ ପରିବର୍ତ୍ତିତ ତଥା ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ରାଉରକେଲାଠାରେ ଖୁବ୍ ଶୀଘ୍ର ଭାରତର ବୃହତ୍ତମ ହକି ଷ୍ଟାଡିୟମ ନିର୍ମିତ ହେବାକୁ ଯାଉଛି ଏବଂ ଭୁବନେଶ୍ୱର ଓ ରାଉରକେଲାଠାରେ ଆଗାମୀ ୨୦୨୩ ଏଫ୍.ଆଇ.ଏଚ୍ ପୁରୁଷ ବିଶ୍ୱକପ୍ ହକି ଆୟୋଜନ ଦାୟିତ୍ୱ ଓଡିଶାକୁ ପୁଣି ମିଳିଛି ।

ଆମର ଗୌରବମୟ ଅତୀତ ସହ ବର୍ତ୍ତମାନର ବିକାଶ, ରୂପାନ୍ତରଣ ତଥା ସଶକ୍ତିକରଣ ନିମନ୍ତେ ଆମର ପ୍ରଚେଷ୍ଟା ଆମକୁ ଅନ୍ୟମାନଙ୍କଠୁ ପୃଥକ କରିପାରିଛି । ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ଆମ ବ୍ୟବସ୍ଥିତ ଅଭିବୃଦ୍ଧି ସର୍ବଦା ଆମପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି । ଆସନ୍ତୁ, ଆଜିର ଦିନରେ ଏହି ଗୌରବମୟ ପରମ୍ପରା , ଯାହା ଆମର ମହାନ ପୂର୍ବସୂରୀ ମାନଙ୍କ ନିଃସ୍ୱାର୍ଥପର ତ୍ୟାଗ ଏବଂ ଉତ୍ସର୍ଗର ପ୍ରତୀକ , ଏହାର ସଂରକ୍ଷଣ ଓ ସମୃଦ୍ଧି ନିମନ୍ତେ ସଂକଳ୍ପବଦ୍ଧ ହେବା । ଓଡିଶାକୁ ରୂପାନ୍ତରଣର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ କରି ଏକ ନୂତନ ଓଡିଶା ଗଠନ ପାଇଁ ନିଜକୁ ପୁନଃ ଉତ୍ସର୍ଗ କରିବା ।

ବନ୍ଦେ ଉତ୍କଳ ଜନନୀ