ରାଜ୍ୟପାଳଙ୍କ ଗାଡି ରାସ୍ତା ପାର କରୁଥିବା ବେଳେ ହଠାତ୍ ପଶିଆସିଲେ ସାଇକେଲ ଆରୋହୀ । ଦୁର୍ଘଟଣାଗସ୍ତ ହେଲା ଏସ୍କର୍ଟ ଗାଡି ।

Advertisment
ରାଜ୍ୟପାଳଙ୍କ ଗାଡି ରାସ୍ତା ପାର କରୁଥିବା ବେଳେ ହଠାତ୍ ପଶିଆସିଲେ ସାଇକେଲ ଆରୋହୀ । ଦୁର୍ଘଟଣାଗସ୍ତ ହେଲା ଏସ୍କର୍ଟ ଗାଡି ।

କନକ ବ୍ୟୁରୋ : ରାଜ୍ୟପାଳଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣାଗସ୍ତ । ଉଦଳାରୁ ବାରିପଦା ଯିବା ବାଟରେ ପୁରୁଣାପାଣି ନିକଟରେ ଗୁରୁବାର ଅପରାହ୍ନରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁଇଟି ଦୁର୍ଘଟଣାଗସ୍ତ ହୋଇଛି। ତେବେ ଏହି ଘଟଣାରେ କୌଣସି ବଡ ଅଘଟଣା ହୋଇନଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ଗାଡ଼ି ରାସ୍ତା ପାର କରି ଯିବା ସମୟରେ ଜଣେ ସାଇକେଲ ଆରୋହୀ ହଠାତ ଗାଡ଼ି ସାମ୍ନାକୁ ପଶି ଆସିଥିଲେ। ଫଳରେ ଆଗପଛ ହୋଇ ଯାଉଥିବା ରାଜ୍ୟପାଳଙ୍କ ଦୁଇଟି ଏସ୍କର୍ଟ ଗାଡ଼ି ମଧ୍ୟରୁ ଗୋଟିଏ ବ୍ରେକ୍‌ ଦେଇଥିବା ବେଳେ ଅନ୍ୟ ଏସ୍କର୍ଟ ଗାଡ଼ିଟି ଆଗ ଗାଡ଼ି ସହିତ ଆସି ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନ ଥିବା ସୂଚନା ମିଳି ଥିବା ବେଳେ ଗାଡ଼ି ଦୁଇଟି ପରସ୍ପର ସହିତ ପିଟି ହେବା କାରଣରୁ କ୍ଷତିଗ୍ରସ୍ତ ହୋଇଛି । ଗାଡିର ସମ୍ମୁଖ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe