କନକ ବ୍ୟୁରୋ: ରାଜ୍ୟରେ ନୂଆ ସରକାରଙ୍କୁ ନୂଆ ବିରୋଧୀ ଦଳ । ଏଥର ଦୀର୍ଘ ୨୫ ବର୍ଷ ପରେ ବିଧାନସଭାରେ ଦେଖିବାକୁ ମିଳିଛି ନୂଆ ମାହୋଲ । ନୂଆ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ ପୂର୍ବରୁ ଗୃହକୁ ସମ୍ବୋଧନ କରିବା କ୍ରମରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ନିଜ ଅଭିଭାଷଣରେ ନୂଆ ସରକାରଙ୍କ ପ୍ରତିଶୃତି ଓ ଦାୟୀତ୍ୱବୋଧକୁ ଦୋହରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । କହିଛନ୍ତି, ‘ମାତୃ ସେବାକୁ ସମର୍ଥନ କରିବାକୁ ନୂଆ ସରକାର ପ୍ରତି ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ କରିବାକୁ ଆର୍ଥିକ ସହାୟତା ଯୋଗାଇଦେବେ । ସ୍ୱାସ୍ଥ୍ୟସେବା ହେଉଛି ସରକାରଙ୍କ ଲକ୍ଷ୍ୟର କେନ୍ଦ୍ରବିନ୍ଦୁ । ରାଜ୍ୟରେ ଉନ୍ନତ ଭେଷଜ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରା ଉପଲବ୍ଧିତା ବୃଦ୍ଧି କରିବାକୁ ବିଜେପି ସରକାରେ ଜିଲ୍ଲା ନର୍ସିଂ କଲେଜ , ମେଡିକାଲ କଲେଜ, ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଦକ୍ଷ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାକୁ ସାରା ରାଜ୍ୟରେ ୩୦୦୦ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ ବିଶେଷଜ୍ଞ , ଶିଶୁ ରୋଗ ବିଶେଷଜ୍ଞ, ନର୍ସଙ୍କ ଉପଲବ୍ଧିତାକୁ ସୁନିଶ୍ଚିତ କରାଯିବ । ରାଜ୍ୟର ଦୁର୍ଗମ ଇଲାକାରେ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଆରୋଗ୍ୟ ମନ୍ଦିରରେ ପରିଣତ କରାଯିବ । ପ୍ରତି ମେଡିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧିି କରାଯିବ । ଏହା ସହ ୨୦୩୦ ସୁଦ୍ଧା ଓଡିଶାକୁ ମ୍ୟାଲେରିଆ ମୁକ୍ତ କରିବାକୁ ଏ ନୂଆ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଜ୍ୟପାଳ ।
ଏହାସହ ମହିଳା ଭୂମିହୀନ କୃଷକଙ୍କୁ ପ୍ରୋତ୍ସାହିତ କରିବେ ସରକାର । ବଲାଙ୍ଗୀର କଳାହାଣ୍ଡି ବରଗଡ଼ ଓ ନୂଆପଡାରେ ୧୦ ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ କରାଯିବ । ଭାରତବର୍ଷରେ ଓଡିଶା ହେବ ବାଜରା ହବ ଜ୍ଝ ବାଜରା ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଓ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ଜ୍ଝ ସରକାରୀ କ୍ୟାଣ୍ଟିନ ଓ ବିଦ୍ୟାଳୟରେ ବାଜରା ପ୍ରଚଳନ ପାଇଁ ପଦକ୍ଷେପ ନିଆଯିବ । ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସି କାର୍ୟ୍ୟକାରୀ କରାଯିବ ।ବୈଦ୍ୟୁତିକ ଜାନବାହାନକୁ ପ୍ରୋତ୍ସାହନ ପାଇଁ ଚାରି ଓ ଛ ଚକିଆ ଜାନକୁ ସବସିଡି ଦେବ ସରକାର...
ଉପକୂଳ ଅଞ୍ଚଳରେ ବାତ୍ୟା ପ୍ରଭାବ କମାଇବାକୁ ଉପକୁଳ ଅଞ୍ଚଳରେ ୪୮୦ କିଲୋମିଟର ବନିକରଣ କାର୍ୟ୍ୟକ୍ରମ ହାତକୁ ନେବେ । ୨୦୨୭ ସୁଦ୍ଧା ପୃଷ୍ଟିହୀନତା ହ୍ରାସ କରାଯିବ । ଓଡିଶା ହସ୍ତଶିଳ୍ପ ଡିଜାଇନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ହସ୍ତଶିଳ୍ପ ଉତ୍ପାଦକୁ ବ୍ରାଣ୍ଡ ଭାବରେ ପରିଚିତ କରାଯିବ । ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସମ୍ପ୍ରସାରଣ କରିବା ପାଇଁ ପେଶା ଆଇନକୁ କାର୍ୟ୍ୟକାରୀ କରାଯିବ’ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ରଘୁବାର ଦାସ ।