କନକ ବ୍ୟୁରୋ : ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି ପରୀପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀ ଲାଲଙ୍କ ଦୀର୍ଘ ଓ ସକ୍ରିୟ ସାଧାରଣ ଜୀବନ କାମନା କରିଛନ୍ତି ନବୀନ ।
ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ଓଡ଼ିଶା ମୋର ଘର । ଏଠି ଆସି ମୋର ପୁନର୍ଜନ୍ମ ହୋଇଛି । ଏଠାକାର ମାଟିରେ ସୁଗନ୍ଧ ଅଛି । ଦୁନିଆରେ ଯେଉଁଠି ବି ବୁଲନ୍ତୁ, ପୁରୀ ଭଳି ଭଲ ପାଇବା କେଉଁଠୁ ପାଇବେନି ବୋଲି ରାଜ୍ୟପାଳ କହିଛନ୍ତି । ୨୦୧୮, ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ ପ୍ରଫେସର ଗଣେଶୀ ଲାଲ । ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡ଼ିଶାର ପରବର୍ତୀ ରାଜ୍ୟପାଳ । ଆସନ୍ତା ୨୯ ତାରିଖରେ ରଘୁବର ଦାସ ଓଡ଼ିଶାରେ ପହଂଚିବେ । ୩୧ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/WhatsApp-Image-2022-01-10-at-18.28.23-1.jpeg)