କନକ ବ୍ୟୁରୋ: ଜିଲ୍ଲା ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ । ଆଜି ବାଲେଶ୍ୱର ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଏହି ଗସ୍ତ ଅବସରରେ ପ୍ରଥମେ ସୁତେଇ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ ରାଜ୍ୟପାଳ । ଏଠାରେ କୁନି କୁନି ପିଲାଙ୍କ ସହ ବେଶ କିଛି ସମୟ କାଟିଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ସହ କଥା ହୋଇ ଚକୋଲେଟ୍ ବାଂଟିଛନ୍ତି । ସେଠାରୁ ବାହାରି କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇଥିଲେ ରାଜ୍ୟପାଳ । ଠାକୁରଙ୍କ ଦର୍ଶନ କରିବା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଆଲୋଚନା କରିଛନ୍ତି । ଏହାପରେ ରେମୁଣା ଡାକ୍ତରଖାନାରେ ପହଞ୍ଚିଥିଲେ ରାଜ୍ୟପାଳ ରଘୁବର ଦାସ । ଡାକ୍ତରଖାନାରେ ରୋଗୀଙ୍କୁ ଭେଟି ଭଲମନ୍ଦ ବୁଝିଛନ୍ତି । ଡାକ୍ତରଖାନାରେ ଥିବା ଆଶାକର୍ମୀଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ ।