କନକ ବ୍ୟୁରୋ: ମା କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆଜି ନବରାତ୍ରର ପ୍ରଥମ ଦିନ । ତେଣୁ ମହାମହିମ ଆଜି ଚଣ୍ଡୀମନ୍ଦିର ଯାଇ ମାଙ୍କୁ ଦର୍ଶନ କରିବା ସହ ଦୀପଦାନ କରିିଛନ୍ତି । ସେଠାରୁ ଫେରିବା ବାଟରେ କଟକ ସିଡିଏ ସେକ୍ଟର-୭ର ଚନ୍ଦନା ଚୌଧୁରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଚନ୍ଦନାଙ୍କ ନାବାଳକ ପୁଅର ଜେନେଟିକ୍ ଚିକିତ୍ସା ପାଇଁ ଅର୍ଥାଭାବ କଥା ରାଜ୍ୟପାଳଙ୍କୁ ଜଣାଇଥିଲେ । ରାଜ୍ୟପାଳ ତୁରନ୍ତ ତାଙ୍କୁ ଆର୍ଥିକ ସହଯୋଗ କରିଛନ୍ତି । ସେହିଭଳି ବାସ୍କେଟ୍ ବଲ୍ ଖେଳାଳି ପାୟଲ ପରିଡାଙ୍କୁ ପାଖକୁ ଡାକି ଅର୍ଥରାଶି ସହଯୋଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।