କନକ ବ୍ୟୁରୋ : ରାଜ୍ୟରେ ରାଜ୍ୟପାଳ ହୋଇ ଆସିବା ପରେ ଗୋଟିଏ ପରେ ଗୋଟିଏ ପ୍ରଶଂସନୀୟ କାର୍ଯ୍ୟ କରିବାରେ ଲାଗିଛନ୍ତି ମହାମହିମ ରଘୁବର ଦାସ । ମହାମହିମ ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ଏଭଳି କିଛି ଘଟଣା ଘଟିଯାଇଛି । ରାଜ୍ୟପାଳ କେନ୍ଦ୍ରାପଡା ଯାଉଥିବା ଜାଣି ଜଜାଙ୍ଗ ରାସ୍ତାରେ ତାଙ୍କ କାରକେଡ ଅଟକାଇଥିଲେ ସ୍ଥାନୀୟ ଅଂଚଳର ଜଣେ ମହିଳା । ଘର ଭାଙ୍ଗି ଯିବା ପରେ ପଲା ବାନ୍ଧି ରହୁଥିବା ସସ୍ମିତା ତ୍ରିପାଠୀ, ରାଜ୍ୟପାଳଙ୍କୁ ଅଟକାଇ ତାଙ୍କ ଘର ଦେଖିବା ପାଇଁ ଅନୁରୋଧ କରିଥିଲେ । ମହାମହିମ ରାଜ୍ୟପାଳ ମହିଳାଙ୍କ ଅନୁରୋଧ ରକ୍ଷାକରି ତାଙ୍କ ଗାଁକୁ ଯାଇ ଭଙ୍ଗା ଘରର ଦୃଶ୍ୟକୁ ଦେଖିଥିଲେ । ଆଉ ତୁରନ୍ତ ସସ୍ମିତାଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଅମୃତ ଋତୁରାଜ ମଧ୍ୟ ନାମ ପଚାରି ବୁଝିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ରାପଡ଼ା ଗସ୍ତ ବେଳେ ବାଟରେ ଅଟକିଲେ ରାଜ୍ୟପାଳ । ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗା ଘରକୁ ଦେଖିବାକୁ ଗଲେ ରଘୁବର ଦାସ
/kanak/media/post_attachments/wp-content/uploads/2024/01/30-3.jpg)