ନାରୀ ଶକ୍ତିର ବିକାଶକୁ ରାଜ୍ୟପାଳଙ୍କ ଗୁରୁତ୍ୱ । ଯୁବ ଶକ୍ତିକୁ ସଶକ୍ତ କରିବାକୁ ଆହ୍ୱାନ

83

କନକ ବ୍ୟୁରୋ : ଅବସର ଥିଲା, କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ନାରୀ ଶକ୍ତିର ଗୁରୁତ୍ୱକୁ ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ । କହିଛନ୍ତି, ନାରୀଶକ୍ତି ବିନା ରାଜ୍ୟ କି ଦେଶ ଆଗକୁ ବଢ଼ିବା ଅସମ୍ଭବ । ଯେପର୍ଯ୍ୟନ୍ତ ସେମାନଙ୍କୁ ଉଚିତ୍ ସମ୍ମାନ ନମିଳିଛି ସେପର୍ଯ୍ୟନ୍ତ ରାଜ୍ୟ ଓ ଦେଶ ଆଗକୁ ବଢି ପାରିବ ନାହିଁ । ଏହାସହ ରାଜ୍ୟ ବିକାଶ ପାଇଁ ସେ ୪ଟି ଦିଗ ଉପରେ ଗୁରୁତ୍ୱ ଦେଇ କହିଛନ୍ତି, କୃଷି, ନିର୍ମାଣ, ପ୍ରଯୁକ୍ତି ବିଦ୍ୟା ଓ ପର୍ଯ୍ୟଟନର ବିକାଶ ହେବା ଆବଶ୍ୟକ । ସେହିପରି ଯୁବଶକ୍ତିକୁ ସଶକ୍ତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

ଓଡିଶା ନିର୍ମାଣ କନକ୍ଲେଭରେ ଯୋଗ ଦେଇ, ଆଗକୁ ଓଡିଶା ଶିଳ୍ପାୟନ ହବ୍ ହେବାକୁ ଯାଉଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଏଥିସହ ଓଡିଶା ନିର୍ମାଣରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଶିଳ୍ପମନ୍ତ୍ରୀ ।

ଓଡିଶା ନ୍ୟୁଜ୍ କନକ୍ଲେଭ କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ ସମ୍ବାଦ ସମ୍ପାଦ ତନୟା ପଟ୍ଟନାୟକ । ତାପରେ ଓଡ଼ିଶାର ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ସମ୍ପର୍କୀତ ସମସ୍ୟା ଓ ସମାଧାନ ଉପରେ ୫ଟି ଅଧିବେଶନରେ ଆଲୋଚନା ହୋଇଥିଲା । ଆଉ ଏହି ସବୁ କ୍ଷେତ୍ରରେ ସ୍ୱତନ୍ତ୍ର ଛାପ ଛାଡିଥିବା ବ୍ୟକ୍ତି ନିଜର ମତ ରଖିଛନ୍ତି ।

ଅଧିବେଶନରେ ଭାଗ ନେଇଥିବା ଅତିଥିମାନଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା । ଓଡିଶା ନିର୍ମାଣରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି କନକ୍ଲେଭରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।