ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଷୋଡଶତମ ଲୋକସଭାକୁ ଭାଙ୍ଗିବାକୁ ରାଷ୍ଟ୍ରପତିଙ୍କୁ କଲେ ସୁପାରିଶ

ଆସନ୍ତା ୯ରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ୧୫ରେ ନୀତି ଆୟୋଗ ବୈଠକରେ ଯୋଗଦେବେ ନବୀନ । 

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇସ୍ତଫା ଦେଇଛନ୍ତି । ଆଜି ବସିଥିବା କ୍ୟାବିନେଟର ଶେଷ ବୈଠକରେ ୧୬ଶ ଲୋକସଭାକୁ ଭାଙ୍ଗିଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରାଯାଇଛି । ଏହା ସହିତ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାକୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରିଛନ୍ତି ।

ଗତକାଲି ଲୋକସଭା ନିର୍ବାଚନର ଫଳାପଳ ପ୍ରକାଶ ପାଇଥିଲା । ଏଥିରେ ବିଜେପି ନେତୃତ୍ବାଧୀନ ଏନଡିଏ ବିପୁଳ ବିଜୟ ସହ ପୁଣି କ୍ଷମତାକୁ ଫେରିଛି । ଏହାର ଦିନକ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟର ବୈଠକ ଡାକି ୧୬ଶ ଲୋକସଭାକୁ ଭାଙ୍ଗିଦେବାକୁ ସୁପାରିଶ କରିଛନ୍ତି । ଆସନ୍ତା ଜୁନ ୩ ତାରିଖ ପୂର୍ବରୁ ୧୭ଶ ଲୋକସଭା ଗଠନ ହୋଇଯିବ ।

ସେହିଭଳି ନୂଆ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗୃହୀତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁକ୍ରବାର ନବୀନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ୍ୟପାଳ ଏଥି ସହିତ ନବୀନଙ୍କ ମନ୍ତ୍ରିପରିଷଦର ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ନବୀନଙ୍କୁ ନୂତନ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବାକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ବିପୁଳ ବିଜୟ ମିଳିଛି। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୧୪୬ଟି ଆସନରେ ମତଦାନ ହୋଇଥିବା ବେଳେ ଏଥିରୁ ବିଜେଡିକୁ ୧୧୨ଟି ଆସନରେ ବିଜୟ ମିଳିଛି। ଆଉ ଏହାସହ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe