କନକ ବ୍ୟୁରୋ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ୮ଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳାଇଛନ୍ତି କେନ୍ଦ୍ର ସରକାର । ନୂଆ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୋଦି ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥିବା ଥାବର ଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହପରି ଏକାଧିକ ରାଜ୍ୟପାଳଙ୍କ ରାଜ୍ୟ ଅଦଳବଦଳ କରାଯାଇଛି...
- ମଙ୍ଗୁଭାଇ ଛଗନ ଭାଇ ପଟେଲ-ମଧ୍ୟପ୍ରଦେଶ ରାଜ୍ୟପାଳ
- ଥାବର ଚନ୍ଦ ଗେହଲଟ - କର୍ଣ୍ଣାଟକ ରାଜ୍ୟପାଳ
- ରମେଶ ବୈଶ - ଝାଡଖଣ୍ଡ ରାଜ୍ୟପାଳ
- ବନ୍ଦାରୁ ଦତାତ୍ରେୟ - ହରିଆଣା ରାଜ୍ୟପାଳ
- ସତ୍ୟଦେବ ନାରାୟଣ ଆର୍ଯ୍ୟ - ତ୍ରିପୁରା ରାଜ୍ୟପାଳ
- ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର - ହିମାଚଳ ପ୍ରଦେଶ ରାଜ୍ୟପାଳ
- ପିଏଏସ ଶ୍ରୀଧରଣ ପିଲ୍ଲାଇ - ଗୋଆ ରାଜ୍ୟପାଳ
- ହରିବାବୁ କମ୍ଭମପତି - ମିଜୋରାମ ରାଜ୍ୟପାଳ
ଏହି ଅଦଳ ବଦଳରେ ଏକ ବଡଧରଣର ବାର୍ତ୍ତା ପରିଲକ୍ଷିତ ହୋଇଛି । ରେକର୍ଡ ସଂଖ୍ୟାରେ ଏସ.ସି, ଏସ.ଟି, ଓବିସି ଏବଂ ମହିଳାମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପିର ବିଶିଷ୍ଟ ଏସ.ସି ନେତା ଥାବର ଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇ ମୋଦି ସରକାର ଏହି ସମ୍ପ୍ରଦାୟକୁ ନିଜ ଆଡକୁ ନେବା ପାଇଁ ଚେଷ୍ଟା କରିଛି ।
ହିମାଚଳ ପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତାତ୍ରେୟଙ୍କୁ ହରିଆଣା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ମଙ୍ଗୁଭାଇ ଛଗନ ଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ଓ ରମେଶ ବୈଶଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏଠାରେ ଓଡିଶାର ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଥିଲେ । ୬ ବର୍ଷ କାର୍ଯ୍ୟକାଳ ପରେ ତାଙ୍କ ସ୍ଥାନରେ ରମେଶ ବୈଶଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ପିଏସ ଶ୍ରୀଧରଣ ପିଲ୍ଲାଇଙ୍କୁ ଗୋଆ, ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା, ହରିବାବୁ କମ୍ଭପତିଙ୍କୁ ମିଜୋରାମ ଏବଂ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/vlcsnap-2021-07-06-20h57m56s251.png)