ସୁନ୍ଦରଗଡର ଚର୍ଚ୍ଚିତ ଆଶା କର୍ମୀ ମାତିଲଦା କୁଲୁଙ୍କୁ ଭେଟିଲେ ରାଜ୍ୟପାଳ । ସେବା ଓ ସମସ୍ୟା ବିଷୟରେ ପଚାରି ବୁଝିିଲେ ରଘୁବର ଦାସ

92

କନକ ବ୍ୟୁରୋ : ଦେଶର ସମ୍ମାନଜନକ ଫୋବର୍ସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଥିବା ସୁନ୍ଦରଗଡର ଆଦିବାସୀ ମହିଳା ମାତିଲଦାଙ୍କୁ ଭିଟେଲେ ରାଜ୍ୟପାଳ ରଘୁବର ଦାସ । ସୋମବାର ଅପରାହ୍ନରେ ହଠାତ ରାଜ୍ୟପାଳ ବଡଗାଁ ବ୍ଲକ ଗରଗଡବାହାଲ ସ୍ଥିତ ମାତିଲଦାଙ୍କ ଘରକୁ ଯାଇ ୧୫ ମିନିଟ ବିତାଇଥିଲେ । ଚାହା ପିଇଲେ ମାତିଲଦାଙ୍କ ସେବା ଓ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

ଏହି ଅବସରରେ ଜରକା ଓ ଗରଗଡବାହାଲ ପଡା ରାସ୍ତା ନିର୍ମାଣ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ମାତିଲଦା । ଆଗଧାଡିର କୋଭିଡ ଯୋଦ୍ଧା ଭାବେ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୁନ୍ଦରଗଡର ଆଦିବାସୀ ମହିଳା ମାତିଲଦା କୁଲୁ । ୪୫ ବର୍ଷ ବୟସ୍କ ମାତିଲଦା ଆଶା କର୍ମୀ ଭାବେ କାମ କରୁଛନ୍ତି । ସାଇକେଲରେ ଗାଁକୁ ଯାଇ ପ୍ରତି ଘରକୁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ନୀରିକ୍ଷଣ କରି କଳାଜାଦୁ ଉପରେ ନିର୍ଭର ନକରି ଉପଯୁକ୍ତ ଚିକିତ୍ସା କରିବାକୁ ସଚେତନ କରାଇଥାନ୍ତି । ଶ୍ରୀମତି କୁଲୁ ଗାଁରେ ରହିଥିବା ଅନ୍ଧବିଶ୍ୱାସ, ଜାତିବାଦ ଓ ଅସ୍ପୃଶ୍ୟତାକୁ ଦୁରେଇବା ପାଇଁ ଉଦ୍ୟମ କରି ଆସୁଛନ୍ତି । କୋଭିଡ-୧୯ ଆରମ୍ଭରୁ ଉଲ୍ଲେଖନୀୟ କାମ କରିଆସୁଥିବା ଗାଁର ଜଣେ ସାଧାରଣ ମହିଳା ଦେଶର ଶକ୍ତିଶାଳୀ ମହିଳା ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇ ମାତିଲଦା ଜିଲ୍ଲାର ଗୌରବ ବଢାଇଛନ୍ତି ।