କନକ ବ୍ୟୁରୋ : କଂଗ୍ରେସ ବିଧାୟକଙ୍କ ଘରେ ରାଜ୍ୟପାଳ । ମହମ୍ମଦ ମୋକିମଙ୍କ ବାସଭବନକୁ ଯାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେଠାରେ ୪୫ ମିନିଟ ରହିଥିଲେ ରାଜ୍ୟପାଳ । ବିଧାୟକ ପରିବାର ସହ ଅଳ୍ପ କିଛି ସମୟ ବିତାଇ ଫେରି ଆସିଥିଲେ ରାଜ୍ୟପାଳ । ଏହା ସଂପୂର୍ଣ୍ଣ ଘରୋଇ କାର୍ଯ୍ୟକ୍ରମ ବୋଲି କୁହାଯାଉଛି । ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍ ।

Advertisment

ରାଜ୍ୟପାଳ ସହ ତାଙ୍କ ବ୍ୟକ୍ତିଗତ ସଂପର୍କ ଅଛି । କଟକ ଗସ୍ତ ସମୟରେ ରାଜ୍ୟପାଳ ତାଙ୍କ ଘରକୁ ଆସିଥିବା ସୂଚନା ଦେଇଛନ୍ତି । ଏହି ସମୟରେ ବିଧାୟକଙ୍କ ମାଆ ଏବଂ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ସହ ତାଙ୍କ ପୁଅ ଏବଂ ରାଜଭବନର ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ । ରାଷ୍ଟ୍ରପତି ନିର୍ବାଚନ ସମୟରେ ଦ୍ରୌପଦୀଙ୍କୁ ଭୋଟ ଦେଇ ଚର୍ଚ୍ଚାରେ ଥିଲେ ମହମ୍ମଦ ମୋକିମ । ଆସନ୍ତା ୮ରେ କଟକ ଆସୁଛନ୍ତି ଅମିତ୍ ଶାହା । ମୋକିମ୍ ବାସଭବନରେ ରାଜ୍ୟପାଳଙ୍କ ସାକ୍ଷାତକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି ।