କନକ ବ୍ୟୁରୋ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ସାରା ରାଜ୍ୟକୁ ଅତି ଆପଣାର କରି ନେଇଥିଲେ । କେବଳ ରାଜଭବନ ଭିତରେ ନିଜକୁ ସୀମିତ ନରଖି ଉପକୂଳଠୁ ଆରମ୍ଭ କରି ଉପାନ୍ତ ଅଂଚଳ ଗସ୍ତ କରିଥିଲେ । ଏହି ସମୟରେ ଲୋକଙ୍କ ସହ ସିଧାସଳଖ ମିଶିଥିଲେ । ଏପରିକି ରାସ୍ତାରେ ଯିବା ବେଳେ ମିଠା ଦୋକାନରେ ଓହ୍ଲାଇ ମିଠା, ଛେନାପୋଡ ଖାଇବା ସହିତ ପଇଡ ପିଇବାକୁ ଯାଇ ବିଭିନ୍ନ ଦୋକାନରେ ଓହ୍ଲାଇଥିବାର ନଜିର ରହିଛି ।

Advertisment

ନିଜର ୫ ବର୍ଷ ୫ ମାସ କାର୍ଯ୍ୟକାଳ ମଧ୍ୟରେ ପ୍ରତିଟି ଓଡିଆଙ୍କ ମଧ୍ୟରେ ମିିଶିବାର ପ୍ରୟାସ କରିଥିଲେ । ଏହାବାଦ ସରକାରୀ ଦଳ ହେଉ ଅଥବା ବିରୋଧୀ ଦଳ ହୁଅନ୍ତୁ, ସମସ୍ତଙ୍କ ମଧ୍ୟରେ ଉତମ ସମନ୍ୱୟ ରକ୍ଷା କରୁଥିଲେ । ଯେତେବେଳେ ଦେଶର ଅଣ ବିଜେପି ଶାସିତ ରାଜ୍ୟରେ ଶାସକ ଦଳ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା, ସେତେବେଳେ ଗଣେଶୀ ଲାଲଙ୍କ ବ୍ୟକ୍ତିତ୍ୱ ସାରା ଦେଶକୁ ଭିନ୍ନ ବାର୍ତ୍ତା ଦେଇଥିଲା ।

୨୦୧୮ ମେ’ ୨୫ରେ ହୋଇଥିଲେ ନିଯୁକ୍ତ
ମେ’ ୨୯ରେ ସତ୍ୟପାଲ୍ ମଲ୍ଲିକଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ
୨୦୨୦ ନଭେମ୍ବର ୨୩ରେ ତାଙ୍କ ପତ୍ନୀ ସୁଶିଳା ଦେବୀଙ୍କ ପରଲୋକ ହୋଇଥିଲା
ପତ୍ନୀଙ୍କ ପରଲୋକ ଦିନ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତି ଚୟନ ପାଇଁ ରାଜଭବନରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା
‘ବନ୍ଦେ ଉତ୍କଳ ଜନନୀ’ ଓ ‘ଏ ମାଟି ଓଡ଼ିଶା ଓ ଏ ଜାତି ଓଡ଼ିଆ’ ଗାନ କରି ନଜରକୁ ଆସିଥିଲେ
ପ୍ରଫେସର ଲାଲଙ୍କ ୫ ବର୍ଷର କାର୍ଯ୍ୟକାଳ ଚଳିତବର୍ଷ ମେ’ ୨୯ ତାରିଖରେ ଶେଷ ହୋଇଥିଲା
ଏହାପରେ ତାଙ୍କୁ ପରିବର୍ତ୍ତନ ନକରାଯାଇ କାର୍ଯ୍ୟକାଳ ବୃଦ୍ଧି ହୋଇଥିଲା
୧୯୪୨ରେ ହରିଆଣାର ସିରସାଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ଲାଲ୍
ଇଂରାଜୀ ଅନର୍ସରେ ସ୍ନାତକ ହାସଲ କରିବା ପରେ ଗଣିତରେ ସ୍ନାତକତୋର କରିଥିଲେ
ତୃଣମୂଳସ୍ତରରୁ ତାଙ୍କ ରାଜନୈତିକ ଜୀବନ ବିଜେପି ସହ ଜଡ଼ିତ ହୋଇ ରହିଥିଲା
୧୯୭୬ମସିହା ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣେଶୀ ଜେଲ୍ ଯାଇଥିଲେ
ରାମ ଜନ୍ମଭୂମି ଅଭିଯାନରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ
୧୯୯୬ରେ ସିରସା ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭା ଯାଇଥିଲେ
୧୯୯୬ରୁ ୧୯୯୯ ପର୍ଯ୍ୟନ୍ତ ହରିଆଣା ବିକାଶ ପାର୍ଟି ଓ ବିଜେପି ମିଳିତ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ