ମହାତ୍ମାଗାନ୍ଧୀ ମାର୍ଗରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ । ମୁଖ୍ୟମନ୍ତ୍ରୀ କହିଲେ ଉତ୍ସବ ଭିତରେ କରୋନା ସ୍ଥିତିକୁ ଭୁଲିଯିବା ଉଚିତ ନୁହେଁ ।

107

କନକ ବ୍ୟୁରୋ : ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ଉଡିଛି ତ୍ରୀରଙ୍ଗା । ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ । ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ବେଶ ଚର୍ଚ୍ଚା ହୋଇଛି ।

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇ କହିଛନ୍ତି, ଚଳିତ ବର୍ଷ ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ କରୁଛି । ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ମଧ୍ୟ ଚଳିତ ବର୍ଷର ଗୁରୁତ୍ୱପୂର୍ଣ୍ଣ ଘଟଣା । ସ୍ୱାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନଥିଲା । ଆମର ସଂଗ୍ରାମ କେବଳ ଆମ ପାଇଁ ସ୍ୱାଧୀନତା ଆଣିନଥିଲା, ଏହା ଥିଲା ସାରା ବିଶ୍ୱ ପାଇଁ ମାନବତାର ସବୁଠାରୁ ବଡ଼ ବିଜୟ । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାର ତୃତୀୟ ଲହର ଏବେ ସାରା ବିଶ୍ୱରେ ବ୍ୟାପିଛି । ଆମେ ମଧ୍ୟ ଏହାର ମୁକାବିଲା କରୁଛୁ । ଭୟଭୀତ ନହୋଇ କରୋନାର ଗାଇଡଲାଇନ୍ସକୁ ଠିକ୍ ଭାବେ ପାଳନ କରିବା ।

ସାଧାରଣତନ୍ତ୍ର ଦିବସରେ ୮ଟି ଟ୍ରୁପ ସହ ୨ଟି ବ୍ୟାଣ୍ଡ ଭାଗନେଇଥିଲେ । ଏବର୍ଷ ପ୍ରଥମ ଥର ଲାଗି ବିଏସଏଫ ପରେଡରେ ଭାଗ ନେଇଥିଲା । ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ନେଇ ବେଶ ଚର୍ଚ୍ଚା ହୋଇଛି । ସାଧାରଣତଃ ସଭା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ସିଧା ଆସି ମୁଖ୍ୟମନ୍ତ୍ରୀଙ୍କ କାରକେଡ ଲାଗିଥାଏ । ଆଉ ଗାଡିରୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ମଞ୍ଚୋରେ ଯାଇ ବସିଥାନ୍ତି । ହେଲେ ବୁଧବାର ଏଥିରେ ଥିଲା ବ୍ୟତିକ୍ରମ । ବେଶ କିଛି ଦୂରରେ ନବୀନଙ୍କ କାରକେଡ ଅଟକିଥିଲା ଆଉ ଗାଡିରୁ ଓହ୍ଲାଇ ନବୀନ କିଛି ବାଟ ଚାଲି ଚାଲି ଯାଇଥିଲେ ଓ ଅଭିବାଦନ ଗ୍ରହଣ କରିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ବି ହୋଇଥିଲା ।