ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନେଲେ କୋଭିଡ୍ ଟିକା । ଟିକାକରଣ ପ୍ରକ୍ରିୟାକୁ ଆଗକୁ ନେବାକୁ ଜନସାଧାରଣଙ୍କୁ କଲେ ଅପିଲ୍ । 

82

କନକ ବ୍ୟୁରୋ: ସାରା ଦେଶରେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରିରହିଛି । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କୋଭିଡ୍ ଟିକା ନେଇଛନ୍ତି ।

ଓଡିଶାର ରାଜଭବନ ହସ୍ପିଟାଲରେ ପ୍ରଫେସର ଗଣେଶୀ ଲାଲ ପହଞ୍ଚି କୋଭିଡ୍ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି । ଏଥିସହ ସେ ସାଧାରଣ ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବା ନେଇ ଅପିଲ କରିଛନ୍ତି । କୋଭିଡ୍ ଟିକା ନେବା ପରେ ରାଜ୍ୟପାଳ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଟିକା ନେବା ବେଳର ଫଟୋକୁ ସେଆର୍ କରିଛନ୍ତି ।

ରାଜ୍ୟପାଳଙ୍କ ପୂର୍ବରୁୁ ବହୁ ନେତା ମନ୍ତ୍ରୀ ନିଜକୁ କୋଭିଡ୍ ଟିକାକରଣରେ ସାମିଲ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋଭିଡ୍ ଟିକା ନେଇସାରିଛନ୍ତି । ଟିକା ନେବା ପରେ ସେମାନେ ନିଜର ଫଟୋକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲେ । ଏହାଦ୍ୱାରା ସାଧାରଣ ଲୋକଙ୍କ ମନରେ ମଧ୍ୟ ଟିକାକୁ ନେଇ ଦ୍ୱନ୍ଦ୍ୱ ରହିବ ନାହିଁ ବୋଲି କୁହାଯାଉଛି ।