ଓଡ଼ିଆ ପୁସ୍ତକ “ଏକ ଅକିଞ୍ଚନର ଅନୁଭୂତି”ର ଇଂରାଜୀ ଅନୁବାଦ “ସାଇ ମିଉଜିଂସ” ରାଜ୍ୟପାଳଙ୍କୁ ଅର୍ପଣ

82

କନକ ବ୍ୟୁରୋ: ଶିରିଡି ସାଇବାବାଙ୍କ ଅନୁଭୂତିକୁ ନେଇ କବିତା ମହାନ୍ତିଙ୍କ ସ୍ୱରଚିତ ଓଡ଼ିଆ ପୁସ୍ତକ “ଏକ ଅକିଞ୍ଚନର ଅନୁଭୂତି”ର ଇଂରାଜୀ ଅନୁବାଦ”ସାଇ ମିଉଜିଂସ” ଆଜି ଓଡିଶା ରାଜଭବନରେ ମାନ୍ୟବର ରାଜ୍ୟପାଳଙ୍କୁ ଅର୍ପଣ କରାଯାଇଛି । ଓଡ଼ିଆ ପୁସ୍ତକ ” ଏକ ଅକିଞ୍ଚନର ଅନୁଭୂତି” ପାଠକ ଆଦୃତି  ପାଇଲା ପରେ ବହିଟିର ଇଂରାଜୀ ଅନୁବାଦ “ସାଇ ମିଉଜିଂସ” ଷ୍ଟ୍ରଲିଂ ପବ୍ଲିକେଶନ ହାଉସ୍ ,ନୂଆଦିଲ୍ଲୀ ତରଫରୁ ପ୍ରକାଶ ପାଇଛି । ମାନ୍ୟବର ରାଜ୍ୟପାଳ ଲେଖିକାଙ୍କୁ ଆହୁରି ଅଧିକ ଲେଖିବା ପାଇଁ ପ୍ରେରଣା ଓ ଆଶୀର୍ବାଦ ଦେଇଥିଲେ । ଏଇ ଅବସରରେ ରାଜଭବନରେ ଲେଖିକାଙ୍କ ସ୍ବାମୀ ହାଇକୋର୍ଟ ଆଡଭୋକେଟ କୈଳାଶ କାନୁନଗୋ ଓ ପୁତ୍ର କର୍ପୋରେଟ ଲୟର ଇଶାନ କାନୁନଗୋ ଉପସ୍ଥିତ ଥିଲେ ।