ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ, ଚିନ୍ତା ପ୍ରକଟ କଲେ ରାଜ୍ୟପାଳ: ବିନା ବାଧାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ

459

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଆସିବା ପରେ ନବୀନ ସରକାର ଆଣିଥିବା ବିଏସକେୱାଇ କାର୍ଡକୁ କେତେକ ହସ୍ପିଟାଲ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ଏତିକିବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ବିଏସକେୱାଇ କାର୍ଡ ବନ୍ଦ ହେବ କି ନାହିଁ ସେ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ନିର୍ବାଚନ ଫଳାଫଳ ଆସିବା ପରେ ନବୀନ ସରକାର ଆଣିଥିବା ବିଏସକେୱାଇ କାର୍ଡକୁ କେତେକ ହସ୍ପିଟାଲ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ଏତିକିବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ବିଏସକେୱାଇ କାର୍ଡ ବନ୍ଦ ହେବ କି ନାହିଁ ସେ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସରକାର ବନ୍ଦ କରିବା ପୂର୍ବରୁ କେତେକ ହସ୍ପିଟାଲ ଆଗୁଆ ଗ୍ରହଣ କରୁନଥିବା ଅଭିଯୋଗ ଆସିଥିଲା । ଏହି ଖବର ସାମନାକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଥା ହୋଇଛନ୍ତି । ଯେପରି ସ୍ୱାସ୍ଥ୍ୟ ସେବା ବ୍ୟାହତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ବିଏସକେୱାଇ କାର୍ଡକୁ ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ । ବିଏସକେୱାଇ କାର୍ଡ ବନ୍ଦ ହୋଇନଥିବା କହିଛନ୍ତି । ଏଥିସହ ଯେଉଁ ହସ୍ପିଟାଲ ବିଏସକେୱାଇ କାର୍ଡ ଗ୍ରହଣ କରୁନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ନୂଆ ସରକାର କୌଣସି ନିଷ୍ପତି ନେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ବିଏସକେୱାଇ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । କୌଣସି ଅସୁବିଧା ହେଲେ ୧୦୪ ନମ୍ବରରେ କଲ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ପଷ୍ଟୀକରଣ ରଖିଛି ।

ବିଜେପିକୁ ବହୁମତ ମିଳିବା ପରେ ବିଏସକେୱାଇ ବନ୍ଦ ହୋଇଗଲା ବୋଲି କେତେକ ହସ୍ପିଟାଲ କହିବା ସହ କାର୍ଡକୁ ଗ୍ରହଣ କରିନଥିଲେ ବୋଲି ଅଭିଯୋଗ ହୋଇଛି । ବିଏସକେୱାଇ କାର୍ଡକୁ ନେଇ ଦ୍ୱନ୍ଦ୍ୱ ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରେସରିଲିଜ୍ ଜାରି କରି କହିଥିଲେ, ‘ବିଏସ୍କେୱାଇ’ କାର୍ଡ ବନ୍ଦ ହୋଇଥିବା କହି କିଛି ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି । ଏହା ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସବୁ ସରକାରର ପ୍ରାଥମିକତା । ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଚିକିତ୍ସା ସେବାରୁ ବଂଚିତ କରିବା ସାମାଜିକ ଅପରାଧ । ଏହି ମିଥ୍ୟା ଗୁଜବ ପ୍ରତି ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ।