କନକ ବ୍ୟୁରୋ: ଡେଡଲାଇନ ସରିଲା କିନ୍ତୁ କର୍ଣ୍ଣାଟକ ବିଧାନସଭାରେ ହୋଇପାରିଲା ନାହିଁ ଫ୍ଲୋର ଟେଷ୍ଟ । ରାଜ୍ୟପାଳ ସାଢେ ଗୋଟାଏ ସମୟ ଦେଇଥିଲେ । ହେଲେ ସେହି ସମୟରେ କର୍ଣ୍ଣାଟକ ବିଧାନସଭାରେ ଫ୍ଲୋର ଟେଷ୍ଟ ହୋଇ ପାରିନାହିଁ । ଆସ୍ଥା ଭୋଟ ହୋଇନପାରିବାରୁ କର୍ଣ୍ଣାଟକ ରାଜନୀତିର ସଂକଟ ଜାରି ରହିଛି । ଏଭଳି ସ୍ଥିତିରେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କର୍ଣ୍ଣାଟକର କୁମାରସ୍ୱାମୀ ସରକାର । ରାଜ୍ୟପାଳ ଜାଣିଶୁଣି ବାଚସ୍ପତିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ଏକ ଦଳୀୟ ଏଜେଂଟ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ଜେଡିଏସ ।

Advertisment

publive-image

ଆଜି ଦିନ ସାଢେ ଗୋଟାଏ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କୁମାରସ୍ୱାମୀଙ୍କୁ ଗତକାଲି ରାଜ୍ୟପାଳ ନିର୍ଦେଶ ଦେଇଥିଲେ । ପତ୍ରରେ ରାଜ୍ୟପାଳ ଲେଖିଛନ୍ତି, ଯାହା ଜଣାପଡୁଛି କୁମାରସ୍ୱାମୀ ସରକାର ଗୃହର ଆସ୍ଥା ହରାଇଛନ୍ତି । କାରଣ, କଂଗ୍ରେସ ଓ ଜେଡିଏସ୍ର ୧୫ ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ ୨ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି ।

publive-image

୧୭ ଜଣ ବିଧାୟକ ବାହାରିବା ପରେ ମେଂଟ ସରକାର ପାଖରେ ଆଉ ସ୍ପଷ୍ଟ ବହୁମତ ନାହିଁ । ସରକାର ତିଷ୍ଠିବାକୁ ହେଲେ ଗୃହର ଆସ୍ଥା ଦରକାର । ତେଣୁ ବିଳମ୍ବ ନକରି କୁମାରସ୍ୱାୀ ଆସ୍ଥାଭୋଟର ସମ୍ମୁଖୀନ ହୁଅନ୍ତୁ । ଅନ୍ୟପଟେ ଗୃହରେ ଜାରି ରହିଛି ଆଲୋଚନା । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆଜି ପୁଣି ନିଜର ଅଭିଭାଷଣ ରଖିଛନ୍ତି । ତେବେ କୁମାରସ୍ୱାମୀଙ୍କ ଏହି ଅଭିଭାଷଣଙ୍କୁ ଶେଷ ଅଭିଭାଷଣ ବୋଲି କହି କଟାକ୍ଷ କରିଛନ୍ତି ବିଜେପି ନେତା ବିଏସ ୟେଦୁରପ୍ପା ।