କନକ ବ୍ୟୁରୋ: ଗଞ୍ଜାମ ଗସ୍ତ ବେଳେ ଥାଲାସେମିଆ ରୋଗୀଙ୍କୁ ଭେଟିଲେ ରାଜ୍ୟପାଳ । ରାଜ୍ୟପାଳ ଗଞ୍ଜାମ ଗସ୍ତରେ ଥିବା ବେଳେ ଜଣେ ଥାଲେସେମିଆ ରୋଗୀଙ୍କୁ ଭେଟିଛନ୍ତି । ବାଟରେ ଜଣେ ଥାଲାସେମିଆ ରୋଗୀଙ୍କ ବାପା ରାଜ୍ୟପାଳଙ୍କ କାରକୁ ଅଟକାଇଥିଲେ । ଏହାପରେ ରାଜ୍ୟପାଳ ସମସ୍ତ ସମସ୍ୟା ବୁଝିଥିଲେ ।
ଥାଲାସେମିଆ ରୋଗରେ ପୀଡ଼ିତ ଜଣଙ୍କ ଗଞ୍ଜାମ ଜିଲ୍ଲା ପୁରୁଷୋତମପୁରର ୧୧ ବର୍ଷୀୟ ବାଳକ ତନ୍ମୟ ବେହେରା । ସେ ଏବେ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ଅଧିକ ଆର୍ଥିକ ସହାୟତା ଦରକାର ବୋଲି ତନ୍ମୟଙ୍କ ବାପା ସୁଦର୍ଶନ ବେହେରା ଜଣାଇଥିଲେ । ଏହାପରେ ରାଜ୍ୟପାଳ ୧ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି ।