କନକ ବ୍ୟୁରୋ: ଦୁଇ ଦିନ ଭିତରେ ରାଜ୍ୟପାଳ ଭଗତ କୋଶିଆରୀ ଇସ୍ତଫା ନଦେଲେ ମହାରାଷ୍ଟ୍ର ବନ୍ଦ ହେବ । ଏଭଳି ଚେତାବନୀ ଦେଇଛନ୍ତି ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା । ଦଳର ସୁପ୍ରିମୋ ଉଦ୍ଧବ ଠାକରେ ଏଭଳି ଚେତାବାନୀ ଦେଇଛନ୍ତି । ରାଜ୍ୟପାଳଙ୍କ ନା ବଦଳରେ ପାର୍ସଲ କହି ବନ୍ଦ ଡାକରା ଦେଇଛନ୍ତି । ସେ କହିଛନ୍ତି ଆମାଜନରେ ଆସିଥିବା ପାର୍ସଲ ଫେରିଯିବା ଦରକାର ନହେଲେ ତାଙ୍କୁ ପଠାଇ ଦେବୁ । ଏଥିପାଇଁ ସେ ଦୁଇ ଦିନ ଅପେକ୍ଷା କରିବେ । ନହେଲେ ବଡ ଆନ୍ଦୋଳନ ହେବ । ଉଦ୍ଧବ ଠାକରେ ଏପରି କହିବା ବେଳେ ମହାରାଷ୍ଟ୍ର ସରକାରକୁ ଟାଗେ ର୍ଟ କରିଥିଲେ । ଦିଲ୍ଲୀରୁ ରହି ରାଜ୍ୟରେ ସରକାର ଚଳାଯାଉଛି । ତେଣୁ ଏଠାରେ କେହି ମୁଖ୍ୟମନ୍ତ୍ରୀ ନାହାନ୍ତି କି ରାଜ୍ୟପାଳଙ୍କ ବିରୋଧରେ କହିବାର କାହାର ସାହାସ ନାହିଁ ବୋଲି କହିଛନ୍ତି।
ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ରାଜ୍ୟପାଳ କୋଶିଆରୀ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ନେତା ସମେତ ଶାସକ ଦଳର ନେତା ଓ ସାଂସଦ ମଧ୍ୟ ଆପତ୍ତି ଉଠାଇଥିଲେ । ଏହାପରେ ରାଜ୍ୟପାଳ ବ୍ୟାକଫୁଟରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଜ୍ୟପାଳ କୋଶିଆରୀ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ସୂଚନା ରହିଛି । ସେ ନିଜ ରାଜ୍ୟ ଉତରାଖଣ୍ଡ ଫେରିଯିବାକୁ ଆଗ୍ରହ ରଖିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/bhagat-singh-koshiyar.jpg)