ବେଦବ୍ୟାସ ଶୈବପୀଠରେ ପୂଜାର୍ଚ୍ଚନା କଲେ ରାଜ୍ୟପାଳ ରଘୁବର ଦାସ । ପରେ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ମହିଳାଙ୍କ ସହ କଲେ ଆଲୋଚନା ।

83

କନକ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ ରାଉରକେଲା ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ବେଦବ୍ୟାସ ଶୈବ୍ୟ ପୀଠରେ ପହଞ୍ଚିି ପୂଜାର୍ଚ୍ଚନା କରିଥିଲେ । ପରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କ୍ରୀଡା ଛାତ୍ରାବାସ ପରିଦର୍ଶନ ପରେ ରାଜ୍ୟପାଳ ଉଦିତନଗର ମିଶନ ଶକ୍ତି କାଫେରେ ପହଞ୍ଚିି ସେଠାରେ ଉପସ୍ଥିତ ଥିବା ମିଶନ ଶକ୍ତିର ମହିଳାଙ୍କ ସହ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ପରେ

ରାଜ୍ୟପାଳ ଉଦିତନଗର ହାଇ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟପାଳ ସ୍କୁଲର କେତେକ କ୍ଲାସ ରୁମ୍ ବୁଲିବା ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ହୋମ ଆଣ୍ଡ ହୋପ୍ ଦିବ୍ୟାଙ୍ଗ ଅନୁଷ୍ଠାନକୁ ଯାଇ ସେଠାରେ ପାଠ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ଚକଲେଟ ଦେଇଥିଲେ । ପରେ ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୧୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ବିଭିନ୍ନ ବିଭାଗରେ ଉତୀର୍ଣ୍ଣ ୧୧୯ ଜଣ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ଓ ୭୩ ଜଣ ପିଏଚଡି ଡିଗ୍ରୀଧାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।