ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟପାଳ । ପିଲାଙ୍କ ସହ ସମୟ କାଟିଲେ , ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଅଙ୍ଗନବାଡି କର୍ମୀଙ୍କ ସହ କଲେ ଆଲୋଚନା ।

39

କନକ ବ୍ୟୁରୋ: ସୁନ୍ଦରଗଡ ଭଜପୁର ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟପାଳ ରଘୁବର ଦାଶ । ୩ ଦିନିଆ ସୁନ୍ଦରଗଡ ଗସ୍ତରେ ଆସି ପ୍ରଥମ ଦିନରେ ସବଡେଗା ବ୍ଳକର ଭଗପୁରରେ ଥିବା ଅଙ୍ଗଡ଼ୱାଡି କେନ୍ଦ୍ର ବୁଲି ଦେଖିଥିଲେ । ତା ସହିତ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟ ବୁଲିଥିଲେ । ଅଙ୍ଗନୱାଡି କେନ୍ଦ୍ରରେ ମାଆ ଓ ଶିଶୁ ମାନଙ୍କୁ କିଭଳି ପୋଷଣ ଯୁକ୍ତ ଖାଦ୍ୟ ମିଳିପାରିବ ସେଥଇପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ ରାଜ୍ୟପାଳ । ଏନେଇ ଅଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ । ସେହିଭଳି ପ୍ରାଥମିକ ବିଦ୍ୟାଳୟ ଯାଇ କିଭଳି ଡ୍ରପଆଉଟ ରୋକାଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ଶେଷରେ ପିଲାମାନଙ୍କୁ ଚକୋଲେଟ୍ ବାଂଟିଥିଲେ ରାଜ୍ୟପାଳ ।