ଟିକାକରଣ ବିସ୍ତାର ନେଇ ସରକାରଙ୍କୁ ଦୋଷଦେଲା ସେରମ୍ ଇନଷ୍ଟିଚ୍ୟଟ୍ । ନିର୍ଦ୍ଦେଶକ କହିଲେ ସରକାର ନା ଷ୍ଟକ ଦେଖିଲେ ନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ୍ ।

193

କନକ ବ୍ୟୁରୋ : କରୋନା ବିରୋଧୀ ଟିକାକରଣକୁ ନେଇ ପୁଣେର ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟର ସହ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି କି ସରକାର ଟିକାକରଣ ଅଭିଯାନ ବିସ୍ତାର କରିବା ପୂର୍ବରୁ ଟିକାର ଷ୍ଟକ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ଧ୍ୟାନ ଦେଇ ନାହାନ୍ତି । ତାଙ୍କର ଏହି ବୟାନ ଏଭଳି ସମୟରେ ଆସିଛି କି, ଯେତେବେଳେ ଦେଶରେ ଟିକାର ଅଭାବ ଅନୁଭତ ହୋଇଛି ଓ ରାଜ୍ୟ ସରକାରମାନେ ଟିକା ଯୋଗାଇ ଦେବାକୁ କେନ୍ଦ୍ର ପାଖରେ ଦାବି କରୁଛନ୍ତି ।
ଏକ କାର୍ଯ୍ୟକ୍ରମରେ ଯାଦବ କହିଛନ୍ତି କି ଭାରତ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ଧ୍ୟାନରେ ରଖି ଦେଶରେ କେଉଁ ବୟସ ଓ କେଉଁ ବୃତ୍ତିର ଲୋକଙ୍କୁ ପ୍ରାଥମିକତା ଆଧାରରେ ପ୍ରଥମେ ଟିକା ଦେବା ଆବଶ୍ୟକ ତାହା ନିର୍ଣ୍ଣୟ କରିବା କଥା । ହେଲେ ସରକାର ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାଦେବାକୁ ଘୋଷଣା କରିଦେଲେ । ମାତ୍ର ସରକାର ସରକାର ଜାଣିଥିଲେ କି ଟିକା ନିର୍ମାତା କମ୍ପାନୀ ମାନଙ୍କ ପାଖରେ କେତେ ପରିମାଣର ଟିକା ଷ୍ଟକ ନାହିଁ ।

ଯାଦବ ଆହୁରି କହିଛନ୍ତି କି ଲୋକଙ୍କ ପାଇଁ ଟିକାର ଆବଶ୍ୟକତା ରହିଛି । ମାତ୍ର ଟିକାର ୨ ଯାକ ଖୋରାକ ନେବା ପରେ ବି ଲୋକମାନେ ସଂକ୍ରମିତ ହେଉଛନ୍ତି । ତେଣୁ  କରୋନାରୁ ରକ୍ଷା ପାଇବାକୁ ହେଲେ ଟିକା ନେବା ପୂର୍ବରୁ ଓ ଟିକା ନେବା ପରେ ବି ସଚେତନ ରହିବା ଜରୁରୀ । ଏହାସହ କରୋନାୂ ଭୂତାଣୁର ବିଭିନ୍ନ ଭାରିଏଣ୍ଟ ଟିକା ଉତ୍ପାଦନରେ ବାଧା ସୃଷ୍ଟି କରିପାରେ ବୋଲି ସେ ଅନୁମାନ କରିଛନ୍ତି ।

ଅନ୍ୟପଟେ ସେ କହିଥିଲେ କି କେଉଁ ଟିକା କେତେ ପ୍ରଭାବୀ ତାହା ବର୍ତମାନ କହିବା ସମ୍ଭବ ନୁହେଁ । ସିଡିସି, ଓ ଏନଆଇଏଚ୍ ଡାଟା ମୁତାବକ ଯେଉଁ ଟିକା ଉପଲବ୍ଧ ହେଉଛି ତାହାର ଖୋରାକ ନେବା ଦରକାର ।